ପୋଲିସ କୁ କଲେ ତାଗିଦ, ସୁଧୁରି ଯାଅ ନଚେତ୍ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ। ଲୋକଙ୍କ ପାଇଁ କାମ କର ଲୋକ ଆପଣଙ୍କୁ ବିଶ୍ବାସ କରିବେ । ଏଭଳି ତାଗିଦ୍ କରିଛନ୍ତି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା। ବୀରମହାରାଜପୁର ଥାନାକୁ ଯାଇ ପୋଲିସର କାର୍ଯୟଦକ୍ଷତାକୁ ନେଇଉଠାଇଛନ୍ତି ପ୍ରଶ୍ନ । ଅଭିଯୋଗ ଅନୁସାରେ ଏହି ଥାନା ଅନ୍ତର୍ଗତ ଲେହେଡି ଗାଁରେ କିଛି ଅସାଧୁ ବ୍ୟକ୍ତି ଦୀର୍ଘ ଦିନ ହେବ ତାଙ୍କର ଆଧିପତ୍ୟ ଦର୍ଶାଇବା ସହିତ ଦାଦାଗିରି କରୁଛନ୍ତି । ପଡ଼ାର ମହିଳାମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଚୋରି, ଡକାୟତି ଭଳି କାର୍ଯ୍ୟରେ ଲିପ୍ତ ଥିବାରୁ
ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଏନେଇ ଅନେକ ଥର ଗାଁ ଲୋକ ପୋଲିସ ପାଖରେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ହେଲେ ପୋଲିସ ର କାର୍ଯାନୁଷ୍ଠାନ ଶୁନ। ବାରମ୍ବାର ଅଭିଯୋଗ ସତ୍ବେ ସେହି ଅପରାଧୀ ମାନେ ଖୁଲମ ଖୁଲା ବୁଲୁଥିବା ବେଳେ ଯେଉଁମାନେ ଅଭିଯୋଗ କରୁଛନ୍ତି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ତେବେ ଗତ ୧୯ ତାରିଖରେ ସେହି ଅସାଧୁ ବ୍ୟକ୍ତିମାନେ ଅଭିଯୋଗକାରୀ ଙ୍କ ଘରକୁ ପସି ମହିଳାମାନଙ୍କୁ ଅସଦାଚରଣ କରିଥିବା ନେଇ ହିକୁଡ଼ି ଫାଣ୍ଡିରେ ଅଭିଯୋଗ କରିଥିଲେ ମହିଳାମାନେ । ଏନେଇ ବୀରମହାରାଜପୁର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାଯାଇଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି ଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଲୋକେ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଗ୍ରାମବାସୀ । ଏହାର ସମାଧାନ କରିବା ପାଇଁ ଥାନାରେ ପହଂଚିଥିଲେ ବିଧାୟକ ରଘୁନାଥ ଜଗଦଲା I ପୋଲିସକୁ ତାଗିଦ୍ କରିବା ସହିତ ତୁରନ୍ତ ଅସାମାଜିକ ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ପୋଲିସକୁ ପରାମର୍ଶ ଦେଇଥିଲେ ବିଧାୟକ ଶ୍ରୀ ଜଗଦଲା।