Home National କରୋନା ଚିହ୍ନଟ ପରେ ଏମ୍ସରେ ଭର୍ତ୍ତି ହେଲେ ସଂସଦ ପ୍ରତାପ ଷଡ଼ଙ୍ଗୀ

କରୋନା ଚିହ୍ନଟ ପରେ ଏମ୍ସରେ ଭର୍ତ୍ତି ହେଲେ ସଂସଦ ପ୍ରତାପ ଷଡ଼ଙ୍ଗୀ

0

ବ୍ୟୁରୋ : କରୋନା ପଜିଟିଭ ଚିହ୍ନଟ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଏ ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ କ୍ୱାରେନଣ୍ଟାଇନରେ ରହିବାକୁ ନିବେଦନ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ। ଆଗକୁ ଅନେକ ପାର୍ବପର୍ବାଣି ଥିବାବେଳେ ରାଜ୍ୟବାସୀଙ୍କୁ ଏନେଇ ସତର୍କତା ଅବଲମ୍ବନ କରିବା ସହ କରୋନା ନିୟମ ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅକ୍ଟବୋର ମାସ ରୁ ଡିସେମ୍ବର ମଧ୍ୟରେ କରୋନା ର ତୃତୀୟ ଲହର ସଂକ୍ରମଣ ପିକ୍ କୁ ଯାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version