Home Politics ବିଜୟ ମୁକୁଟ ପିନ୍ଧିଲେ ରୁଦ୍ର ପ୍ରତାପ ମହାରଥୀ

ବିଜୟ ମୁକୁଟ ପିନ୍ଧିଲେ ରୁଦ୍ର ପ୍ରତାପ ମହାରଥୀ

0

ବ୍ୟୁରୋ : ପିପିଲି କୁ ମିଳିଲା ନୂଆ ବିଧାୟକ । ବିଜୟ ମୁକୁଟ ପିନ୍ଧିଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । କୋଡିଏ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଅନ୍ତିମ ରାଉଣ୍ଡ ସୁଦ୍ଧା ବିଜୁ ଜନତା ଦଳ 96 ହଜାର 972 ଖଣ୍ଡ ଭୋଟ୍ ରେ ବାଜି ମାରିନେଇ ଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ 76 ହଜାର 56 ଭୋଟ୍ ହାସଲ କରିଛନ୍ତି । ଅନ୍ୟପକ୍ଷେ ଜାତୀୟ ଦଳ ହୋଇ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମାତ୍ର 4,261 ଖଣ୍ଡ ପାଇ ଅମାନତ ରକ୍ଷା କରିପାରିଲା ନାହିଁ । 2019 ମସିହାରେ ବିଜେଡି 88 ହଜାର 518 ଖଣ୍ଡ ଭୋଟ୍ ପାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ବଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୨୦୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ପିପିଲି ଉପନିର୍ବାଚନ ରେ ମୋଟ ୧,୮୦,୯୩୦ ମତଦାନ କରିଥିବା ବେଳେ ପୋଷ୍ଟାଲ ବାଲାଟରେ ପଡିଥିଲା ୮୯୩ ଖଣ୍ଡ ଭୋଟ୍ ପଡ଼ିଥିବ ସୂଚନା ରହିଛି ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version