Home National ଚାରିହଜାର ପାଞ୍ଚଶହ କିମି ବାଇକ ଯାତ୍ରା କରି ଫେରିଲେ ୮ଜଣ ବନ୍ଧୁ

ଚାରିହଜାର ପାଞ୍ଚଶହ କିମି ବାଇକ ଯାତ୍ରା କରି ଫେରିଲେ ୮ଜଣ ବନ୍ଧୁ

0

ସେଭ ୱାଟର ଏବଂ ସେଭ ଆର୍ଥ ର ସଚେତନ ବାର୍ତ୍ତା ନେଇ ଓଡିଶାର ସୋନପୁର ସହର ମହାନଦୀ ଠାରୁ ଆଠ ଜଣ ବନ୍ଧୁ ଭାରତର ପୂର୍ବରୁ ପଶ୍ଚିମ ପାକିସ୍ଥାନ ବୋଡର ପର୍ଯ୍ୟନ୍ତ ଯାତ୍ରା କରି ଫେରିଛନ୍ତି I ସେମାନେ ଡିସେମ୍ବର ଦଶ ତାରିଖ ରୁ ବାହାରି ରାଜସ୍ଥାନ ଯୈସଲମେର, ଲୋଙ୍ଗେୱାଲା ପର୍ଯ୍ୟନ୍ତ ଲମ୍ବା ଯାତ୍ରାରେ ବାହାରି ତେର ଦିନରେ ଚାରି ହଜାର ପାଞ୍ଚ ଶହ କିଲୋମିଟର ଅତିକ୍ରମ କରି ଫେରିଛନ୍ତି I ଏହି ବାଇକ ଯାତ୍ରା ସମୟରେ ବିଭିନ୍ନ ସହର ମାନଙ୍କରେ ଲୋକଙ୍କୁ ସେଭ ୱାଟର ଏବଂ ସେଭ ଆର୍ଥ ର ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ I ଏହି ଯାତ୍ରାରେ ଗୌତମ ପାତ୍ର, ଗୌରବ ପାଢି, ମିଥୁନ ସାହୁ, ତାପସ ମହାନ୍ତି, ପିଣ୍ଟୁ ପଣ୍ଡା, ଦେବଦତ୍ତ ବାରିକ, ରବି ସାହୁ ଏବଂ ସୁନୀଲ ପାତ୍ର ସାମିଲ ରହିଥିଲେ I ତାଙ୍କ ଫେରିବା ପରେ ଆଜି ବଲାଙ୍ଗୀର ରାଇଡର କ୍ଲବ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ତରଭା ନମସ୍ତେ ଗେଟ ନିକଟରେ ସେମାନଙ୍କୁ ସ୍ୱାଗତ ଜଣାଇଛି ବଲାଙ୍ଗୀର ରାଇଡର କ୍ଲବ I ଏହି ବନ୍ଧୁତ୍ୱ ପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ଉଭୟ ଜିଲ୍ଲା ବାଇକ ରାଇଡର ମିଶି ଜାନୁଆରୀ ମାସ ଶେଷରେ ଏକ ଲମ୍ବା ଯାତ୍ରାରେ ବାହାରିବା ପାଇଁ ଚର୍ଚା କରିଥିଲେ I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version