Home Odisha ମମିତା ମେହେର ହତ୍ୟା ଘଟଣାକୁ ନେଇ ପରିବାର ଲୋକଙ୍କୁ ଭେଟିଲେ ଜାତିୟ କଂଗ୍ରେସ ମହିଳା ସଭାନେତ୍ରୀ

ମମିତା ମେହେର ହତ୍ୟା ଘଟଣାକୁ ନେଇ ପରିବାର ଲୋକଙ୍କୁ ଭେଟିଲେ ଜାତିୟ କଂଗ୍ରେସ ମହିଳା ସଭାନେତ୍ରୀ

0

ବ୍ୟୁରୋ : ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଭିନ୍ନ ରାଜନୈତିକ ଦଳ ବିଜେଡିକୁ ଟାର୍ଗେଟ କରି ଆନ୍ଦୋଳନ କରୁଥିବା ବେଳେ ଆଜି  ଏହି ଘଟଣାକୁ ନେଇ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ମମିତାଙ୍କ ଗାଁ ଝରଣୀ ଠାରେ  ପହଂଚିଥିଲେ । ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ନିତା ଡିସୁଜାଙ୍କ ନେତୃତ୍ୱରେ କଂଗ୍ରେସ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ମମିତାଙ୍କ ଘର ପର୍ଯ୍ୟନ୍ତ ପହଂଚିଥିଲେ । ପ୍ରାୟ ୧ ଘଣ୍ଟା ସମୟ ଧରି ମମିତାଙ୍କ ବାପା ମାଁ ଓ ଭାଇଙ୍କ ସହ ଆଲୋଚନା କରିଥିଲେ । ମମିତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହି ମାମଲାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । ମମିତାଙ୍କ ପରିବାରଙ୍କ ସହ ଆଲୋଚନା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ । ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଏଥିରେ ଜଡିତ ଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମତବ୍ୟକ୍ତ କରିଥିଲେ । ଜାତିୟ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ସହ ଜାତିୟ କଂଗ୍ରେସ ପ୍ରବକ୍ତା ପଦ୍ମକର ଗୁରୁ , ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ସାଧାରଣ ସମ୍ପାଦକ ସମରେନ୍ଦ୍ର ମିଶ୍ର ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version