Home Health ଚିନ୍ତା ବଢ଼ାଉଛି ଓମିକ୍ରନ, ସତର୍କ ରୁହନ୍ତୁ : ନିରଞ୍ଜନ ମିଶ୍ର

ଚିନ୍ତା ବଢ଼ାଉଛି ଓମିକ୍ରନ, ସତର୍କ ରୁହନ୍ତୁ : ନିରଞ୍ଜନ ମିଶ୍ର

0

ବ୍ୟୁରୋ : କରୋନା ପରେ ଏବେ ଚିନ୍ତା ବଢ଼ାଇଛି ଓମିକ୍ରନ । ନିୟମିତ ଭାବେ ବାହାର ରାଷ୍ଟ୍ରମାନଙ୍କରୁ ଆସୁଥିବା ଲୋକମାନଙ୍କ ତର୍ଜମା କରାଯାଉଛି । କେତେ ଲୋକ ଆମ ରାଜ୍ୟକୁ ଆସୁଛନ୍ତି, ଜିଲ୍ଲାମାନଙ୍କୁ ଜଣା ହେଉଛି । ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ରହିଛି ଯେ, ଚିହ୍ନଟ କରି ସଙ୍ଘରୋଧରେ ରଖିବାକୁ । ଆଠ ଦିନ ପରେ ସେମାନଙ୍କର ଟେଷ୍ଟିଂ କରାଯିବ । ଯଦି ପଜିଟିଭ ବାହାରେ ତାହେଲେ ଜିନମ ସିକ୍ୱେନ୍ସିଂ ମଧ୍ୟ କରାଯିବ । ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇସାରିଲାଣି । ବର୍ତମାନ ପର୍ଯ୍ୟନ୍ତ ଓଡିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ତେଣୁକରି ଆମକୁ ସତର୍କ ରହିବାକୁ ପଡ଼ିବ । ଯେଉଁମାନେ ଅନ୍ୟ ରାଷ୍ଟ୍ରରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର କୁ ଅଣାନ୍ତୁ । ଅତିକମରେ ସାତ ଦିନ ସଂଗରୋଧ ଓ ଆଉ ସାତ ଦିନ ନିଜସ୍ୱ ଅବଜରଭେସନରେ ରୁହନ୍ତୁ । ଏହି ୧୪ ଦିନ ମଧ୍ୟରେ ଯଦି କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରନ୍ତୁ । ଟେଷ୍ଟ ପଜିଟିଭ ଆସିଲେ, ଜିନମ ସିକ୍ୱେନ୍ସିଂ କଲେ ଜଣା ପଡ଼ିବ, ଓମିକ୍ରନ ହୋଇଛନ୍ତି ନା ନାହିଁ । ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ କରାଯାଉଛି । ନଭେମ୍ବର ୨୪ ତାରିଖ ପରଠାରୁ ମାତ୍ର କିଛି ଦିନ ଭିତରେ ଏହାର ୩୬ ରାଷ୍ଟ୍ରକୁ ବ୍ୟାପିଗଲାଣି । ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ତାହା ରୋଗ ଅଧିକ କରୁଥିବା, ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ । WHO ବି କହୁଛି ଯେ , ମୃତ୍ୟୁ ବା ଗୁରୁତର ହାର ବହୁତ କମ ରହିଛି । ଟୀକା କାମ କରୁଛି ନା ନାହିଁ, ସେନେଇ ବି ତଥ୍ୟ ଜଣା ପଡିନାହିଁ । ଟୀକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟୀକା କାମ କରୁଛି, ତେଣୁ ଭୟଭୀତ ନହୋଇ ଟୀକାକରଣ ଜାରି ରଖିବା ଓ କୋଭିଡ ଅନୁରୂପ ନିୟମ ମାନିବା ଚାଲିବା । କୋଭିଡ ପରବର୍ତ୍ତୀ ଜଟିଳତାକୁ ପୋଷ୍ଟ କୋଭିଡ ବା ଲଙ୍ଗ କୋଭିଡ କମ୍ପ୍ଲେକ୍ସିଟି କୁହାଯାଉଛି । ଏହି ରୋଗ ସମ୍ପୂର୍ଣ ଭାବେ ନୂଆ । ଏହା ଉପରେ ଗଭୀରତା ର ସହ ପରୀକ୍ଷା ନିରୀକ୍ଷା ଜାରି ରହିଛି । କୋଭିଡ ପରେ କିଛି ମାତ୍ରାରେ ଦୁର୍ବଳତା, କାସ ଲାଗି, ମାନସିକ ଚାପ ରହିବା ଆଦି ଲକ୍ଷଣ ଦେଖିବାକୁ ମିଳିଛି । ତା ଉପରେ ପରୀକ୍ଷା ନିରୀକ୍ଷା ଚାଲିଥିବା ସହ ନୂଆ ତଥ୍ୟ ଆସୁଛି । କୋଭିଡ ପରେ ଏସବୁ ଲକ୍ଷଣ ଦେଖାଗଲେ, ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶକ୍ୟ । ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଉଛି ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ କୌଣସି ଚିକିତ୍ସା ନାହିଁ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version