Home Health କଣ୍ଟାବାଞ୍ଜି ପ୍ରେସ କ୍ଳବ ପକ୍ଷରୁ ନିଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି ପ୍ରେସ କ୍ଳବ ପକ୍ଷରୁ ନିଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

0

ବ୍ୟୁରୋ : କଣ୍ଟାବାଞ୍ଜି ପ୍ରେସ କ୍ଳବ ପକ୍ଷରୁ ସ୍ଥାନୀୟ ହରିଭବନ ଠାରେ ଟିଟିଲାଗଡ଼ ଏସ.ସି.ଡି. ଚକ୍ଷୁ ଡାକ୍ତରଖାନା ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ମହିଳା ପ୍ରସୂତି ରୋଗ ବିଶେଷଜ୍ଞ କଣ୍ଟାବାଞ୍ଜି ଡାକ୍ତରଖାନା ମେଡିକାଲ ଅଫିସର ଡାକ୍ତର ଏସ.ପି.ଡି. ପଣ୍ଡା, ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି , ପ୍ରେସ କ୍ଳବ ସଭାପତି ପ୍ରଭଜିତ ସିଂ ସାଲୁଜା , ଏସ.ସି.ଡି. ଚକ୍ଷୁ ଡାକ୍ତରଖାନା ଟେକନିସିଆନ ରଶ୍ମିତା ତାଣ୍ଡି, ସୋସିଆଲ ୱାର୍କର ସୁଶୀଲ ନାଗ ପ୍ରମୁଖ ମଂଚାସୀନ ଥିଲେ। ଏହି ଶିବିରରେ ୨୩୬ ରୁ ଅଧିକ ଲୋକ ନିଜର ଚକ୍ଷୁ ଚିକିତ୍ସା କରେଇଥିବା ବେଳେ ସେଥି ମଧ୍ୟରୁ ୯୦ ଜଣ ଲୋକଙ୍କ ମୋତିଆ ବିନ୍ଦୁ ଅପରେସନ ପାଇଁ ଚି଼ହ୍ନଟ କରାଯାଇଥିଲା । ଗତ ୪ ବର୍ଷ ମଧ୍ୟରେ ପ୍ରେସ କ୍ଲବ ଏଭଳି ଅନେକ ଶିବିର ଆୟୋଜନ କରି ୨୨୮୦ ଲୋକଙ୍କ ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ୮୫୦ ଜଣଙ୍କ ମୋତିଆ ବିନ୍ଦୁ ସଫଳ ଅସ୍ତ୍ରୋପ୍ରଚାର କରାଯାଇଛି । ଏଭଳି ଶିବିର ଆୟୋଜନ କରିଥିବାରୁ ଶ୍ରୀ ରାଜେନ୍ଦ୍ର ମାଝି ଧନ୍ୟବାଦ ଜଣାଇଥିଲେ । ଅନ୍ୟ ପକ୍ଷରେ ମୁଖ୍ୟ ଅତିଥି ଶ୍ରୀ ସାଲୁଜା ମାନବ ସେବା ହିଁ ଭଗବାନ ସେବା, ଏଭଳି ସେବା ଜାରି ରହୁ ବୋଲି ପ୍ରେସକ୍ଲବ କୁ ପ୍ରଶଂସା କରିଥିଲେ । ଶିବିରରେ ହୋଇଥିବା ସଭାରେ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଟିଟିଲାଗଡ଼ ଏସସିଡ଼ି ହସ୍ପିଟାଲ ର ଟେକନିସିଆନ ମିଖଲ ନାଗ, ସ୍ମିତା ରଣା, କଣ୍ଟାବାଞ୍ଜି ଡାକ୍ତରଖାନା ଟେକନିସିଆନ ଗଜପତି ବେହେରା ସହ କ୍ଲବ ର ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ । ଆଗକୁ ପ୍ରେସ କ୍ଲବ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର , ମେଗା ରକ୍ତଦାନ ଶିବିର କରିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରେସ କ୍ଲବ ସଭାପତି ଶ୍ରୀ ସାଲୁଜା ସୂଚନା ଦେଇଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version