ଦୁଇଦିନ ଧରି ଚାଲିଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଭାର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି I ଉଦଯାପନି ଉତ୍ସବରେ ଶ୍ରୀ ଆନନ୍ଦ ଅଗ୍ରୱାଲ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଜୟରାମ ନାଏକ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମିଶ୍ର, ଶାରୀରିକ ଶିକ୍ଷା ପ୍ରମୁଖ ମନୋଜ କୁମାର ସା ମଞ୍ଚାସିନ ରହିଥିଲେ I ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମା ବାଗଦେବୀ, ମା ଭାରତୀଙ୍କ ତୈଳଚିତ୍ରରେ ପୂଜାର୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା I ବିଦ୍ୟା ମନ୍ଦିର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା I ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାରୀରିକ ଶିକ୍ଷା ନିରୀକ୍ଷକ ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିଲେ I ଶ୍ରୀ ନାଏକ ନିଜର ଅଭିଭାଷଣରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ର ଅତ୍ୟଧିକ ବ୍ୟବହାର ନ କରି ବ୍ୟାୟାମ, ଯୋଗ ତଥା ଖେଳକୁଦରେ ଧ୍ୟାନଦେବା ନେଇ କହିଥିଲେ I ଛାତ୍ରଛାତ୍ରୀମାନଙ୍କୁ ନେଇ ଶିଶୁ ବାଟିକା, ପ୍ରାକ ଶିଶୁ, ଶିଶୁ ବର୍ଗ, ବାଲ ବର୍ଗ, କିଶୋର ବର୍ଗ, ଭଳି ବିଭାଗ ଗୁଡିକରେ ଦୌଡ, ସଟ ଫୁଟ, ଡ଼ିସକସ, ଲମ୍ବ ଡିଆଁ, ବେଙ୍ଗ ଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ପ୍ରତିଯୋଗିତା ଗୁଡିକରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା I ଅବିଭାବକମାନଙ୍କୁ ନେଇ ହୋଇଥିବା ଦୌଡ ପ୍ରତିଯୋଗିତାରେ ସୋମନାଥ ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅବିଭାବିକା ମାନଙ୍କୁ ନେଇ ହୋଇଥିବା ମ୍ୟୁଜିକ ଚେୟାର ରେ ଗାୟତ୍ରୀ ସାହୁ ପ୍ରଥମ ହୋଇଥିଲେ I ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଅଣଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ I