Home Health ସ୍ବର୍ଗତ ଡ଼ ସଦାନନ୍ଦ ଅଗ୍ରୱାଲ ଙ୍କ ଷଷ୍ଠ ଶ୍ରଦ୍ଧା ବାର୍ଷିକ ଅବସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ସ୍ବର୍ଗତ ଡ଼ ସଦାନନ୍ଦ ଅଗ୍ରୱାଲ ଙ୍କ ଷଷ୍ଠ ଶ୍ରଦ୍ଧା ବାର୍ଷିକ ଅବସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

0

ସୋମବାର ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜ ପରିସରରେ ଐତିହାସିକ, ଗବେଷକ ତଥା ଲିପିତତ୍ବବିଦ ସ୍ବର୍ଗତ ଡ଼ ସଦାନନ୍ଦ ଅଗ୍ରୱାଲ ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି I ମେଣ୍ଡା, ରଜାପାଲି ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜ ଏବଂ ଡ଼ ସଦାନନ୍ଦ ଅଗ୍ରୱାଲ ସୃତି କମିଟି ମିଳିତ ଅନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଇତ୍ୟବସରରେ ଭିମସାର ବୁର୍ଲା ମେଡିକାଲ ର ସ୍ତ୍ରୀ ଓ ପ୍ରସୂତି ବିଭାଗର ଆସୋସିଏଟ ପ୍ରଫେସର ଡ଼ ବେଣୁଧର ପାଣ୍ଡେ ଯୋଗଦେଇ ମାଗଣାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ I ଆୟୋଜକ ମାନେ ଡ଼ ବେଣୁଧର ପାଣ୍ଡେଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ I ଶିବିରରେ 30 ରୁ ଉର୍ଦ୍ଧ ମହିଳାଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା I ଶିବିରର ଆରମ୍ଭରେ ସ୍ବର୍ଗତଃ ଅଗ୍ରୱାଲଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା I ମହାବିଦ୍ୟାଳୟର ପରିଚାଳନା କମିଟି ବାଳଗୋପାଲ ପଣ୍ଡା, ନାରାୟଣ ଝାଙ୍କର, ପୂର୍ଣଚନ୍ଦ୍ର ବାରିକ, କଲେଜ ଅଧ୍ୟକ୍ଷ ସଚିଦାନନ୍ଦ ରଥ, ଡ଼ ସଦାନନ୍ଦ ଅଗ୍ରୱାଲ ସୃତି କମିଟି ସଦସ୍ୟ ସିଦ୍ଧାର୍ଥ ଅଗ୍ରୱାଲ, ପୂର୍ଣଚନ୍ଦ୍ର ପଣ୍ଡା, ପଦ୍ମନାଭ ମଲ୍ଲିକ, ହୃସିକେଶ ପାତ୍ର, ମହାଦେବ ଜେନା, ପ୍ରମୁଖ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ I ଆସନ୍ତା କାଲି ସ୍ବର୍ଗତ ଡ଼ ସଦାନନ୍ଦ ଅଗ୍ରୱାଲ ଙ୍କ ଷଷ୍ଠ ଶ୍ରଦ୍ଧା ବାର୍ଷିକ ଅବସରରେ ଏକ ରକ୍ତଦାନ ଶିବିର କଲେଜ ପରିସରରେ ଆୟୋଜନ କରାଯିବ ସ୍ଥିରୀକୃତ ହୋଇଛି I ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆ

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version