Home Devotion ତରଭା : ଖାଁ ଖାଁ ଲାଗୁଛି ଫକିର ବାବାଙ୍କ ଉର୍ତ୍ସ

ତରଭା : ଖାଁ ଖାଁ ଲାଗୁଛି ଫକିର ବାବାଙ୍କ ଉର୍ତ୍ସ

0

ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ହାଟପଦା ସ୍ଥିତ ଅବଦୁଲ ସକୁର ସାହା ଓରଫ ଫକିର ବାବାଙ୍କ ମସଜିଦ I ଏଠାରେ ଦୁଇଦିନ ଧରି ପାଳିତ ହେବାକୁ ଯାଉଛି ଫକିର ବାବାଙ୍କ ଉର୍ତ୍ସ ପର୍ବ I ହେଲେ ଖାଁ ଖାଁ ଲାଗୁଛି ମସଜିଦ ପରିସର I ନା ଅଛନ୍ତି ପୂର୍ବ ଭଳି ହଜାର ହଜାର ଶ୍ରଦ୍ଧାଳୁ ନା ରହିଛି ପୂର୍ବ ପରି ଲୋକଙ୍କ ଭିଡ I କୋଭିଡ କଟକଣା ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଚଳିତ ବର୍ଷ ବିନା ଭକ୍ତରେ ଚାଲିଛି ଆଜିଠାରୁ ଉର୍ଶ୍ୱ ପର୍ବ I ଏହି ଉର୍ତ୍ସ ପର୍ବରେ ବାବାଙ୍କ ଦର୍ଶନ ଲାଭ କରି ନିଜର ହରି ଗୁହାରି କରିଥାନ୍ତି ଶ୍ରଦ୍ଧାଳୁ I ଏହି ଦରବାରରେ ନିଶ୍ଚୟ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ରହିଛି ଆଶା ଓ ବିଶ୍ୱାସ I ପ୍ରତି ବର୍ଷ ଉର୍ତ୍ସ ପର୍ବରେ ଆଲୁଅରେ ଝଲସୁ ଥାଏ ମସଜିତ ମଜାର ପରିସର I ଲାଗିଥାଏ ବିଭିନ୍ନ ପ୍ରକାର ଦୋକାନ ବଜାର I ମନୋରଞ୍ଜନ ପାଇଁ କୱାଲି, ଚାଦର ସଂଦଲ ପାଇଁ ବଜାଗଜା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ଭୋଜନର ଏବଂ ରହିବ ବ୍ୟବସ୍ତା ମଧ୍ୟ ମସଜିଦ ମଜାର କମିଟି ତରଫରୁ କରାଯାଇଥାଏ I ହେଲେ କରୋନା ମହାମାରୀ ଫିକା କରିଦେଲା ସବୁ ଜାଗଜମକ I ଶ୍ରଦ୍ଧାଳୁଙ୍କ ମନରେ ଭାରି ଦୁଃଖ I ନିଜ ନିଜ ଘରେ ରହି ସମସ୍ତେ ବାବାଙ୍କୁ ପୂଜାର୍ଚନା କରିବେ I ସୋସିଆଲ ମେଡିଆ ମାଧ୍ୟମରେ ବାବାଙ୍କ ଦର୍ଶନ ଲାଭକରିବେ I ଦୁଃଖ ବି ଲାଗୁଚି କିନ୍ତୁ ଲୋକଙ୍କ ସୁରକ୍ଷା ର ଚିନ୍ତା ମଧ୍ୟ ଗୁରୁ ଦାୟିତ୍ୱ I କରୋନା ଏ ଦୁନିଆରୁ ସମାପ୍ତ ହେଉ ବୋଲି ବାବାଙ୍କ ଠାରେ ପ୍ରାର୍ଥନା କରିବା ସହ ପୁଣି ଆଗକୁ ଧୁମଧାମରେ ବାବାଙ୍କ ଉର୍ତ୍ସ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version