ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବିନା ରାଲିରେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥି । ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୧୩ ଟି ଜିଲ୍ଲା ପରିଷଦ ଜୋନ ପାଇଁ ଆଜି ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବିଜେପି ପକ୍ଷରୁ ମୋଟ ୩ ଜଣ, ବିଜେଡି ପକ୍ଷରୁ ୧୧ ଜଣ ଓ କଂଗ୍ରେସ ପକ୍ଷରୁ ୪ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜନ ଅସନ୍ତୋଷକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବ ବୋଲି କଂଗ୍ରେସ କହିଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ନେଇ ବିଜେପି ଭୋଟରଙ୍କ ପାଖକୁ ଯିବାକୁ ଆଶାବାନ୍ଧିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ବିଜେଡି ଲୋକଙ୍କ ପାଖରୁ ଯାଇ ଭୋଟ ମାଗିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ତେବେ ଆଗାମି ଦିନରେ ଲୋକ କାହାକୁ ନିଜର ପସନ୍ଦର ପ୍ରାର୍ଥି ବାଛିବେ ତାହା ଦେଖବାକୁ ବାକିରହିଲା I