Home Politics ସୁବର୍ଣ୍ଣପୁର ଜିଲ୍ଲାରେ ସରିଲା ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ

ସୁବର୍ଣ୍ଣପୁର ଜିଲ୍ଲାରେ ସରିଲା ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ

0

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ସରିଲା ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ । ଜିଲ୍ଲା ର ବୀରମହାରାଜପୁର ବ୍ଲକର 2ଟି ଜିଲ୍ଲାପରିଷଦ ଆସନ ଓ 15 ଟି ପଚାଂୟତ ପାଇଁ ହୋଇଥିଲା ଭୋଟ ଗ୍ରହଣ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ବ୍ୟାପକ ପୋଲିସ ବାହାନୀଙ୍କୁ ମୁତୟନ କରାଯାଇଛି I ବୀରମହାରାଜପୁର ବ୍ଲକରେ 7ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ , 55ଜଣ ସରପଚଂ , 56ଜଣ ସମିତି ସଭ୍ୟ ଓ 94ଜଣ ୱାଡମେମ୍ଭର ପ୍ରାର୍ଥିଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 70ହଜାର 767ଜଣ ଭୋଟର । ଏହି ବ୍ଲକରେ ଜିଲ୍ଲାପ୍ରସାଶନ 267ଟି ବୁଥ କରିଥିବା ବେଳେ 38ଟି ବୁଥକୁ ସମ୍ବେଦଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଛି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟୟରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ଭୋଟ ପ୍ରକିୟା ମଧ୍ୟ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିବା ଜଣାଯାଇଛି ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version