Home Politics ଏଥର ନିର୍ବାଚନରେ ବନ୍ୟା ହେବ ମୁଖ୍ୟ ପ୍ରସଙ୍ଗ

ଏଥର ନିର୍ବାଚନରେ ବନ୍ୟା ହେବ ମୁଖ୍ୟ ପ୍ରସଙ୍ଗ

0

ତରଭା : ବାଜି ସାରିଛି ପୌର ନିର୍ବାଚନି ବିଗୁଲ I ସବୁ ଦଳ ଏବେ ଜୋରସୋର ରେ ଚଳାଇଛନ୍ତି ଅଙ୍କକଷା I ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ରେ ବିଜେଡି ବିଜେପି ଦଳ ସକ୍ରିୟ ରହିଥିବା ବେଳେ କଂଗ୍ରେସ ଦଳ ର ଭୂମିକା କଣ ରହିବ ତାହା ସ୍ପଷ୍ଟ ଜଣା ପଡିନାହିଁ I ଏଥର ତରଭା ଏନଏସି ଅଧକ୍ଷ୍ୟ ପଦ ଏସସି ଲେଡ଼ିଜ ସଂରକ୍ଷଣ ରହିଛି I ତେବେ ଆଶାୟୀ ଅନେକ ଥିବାବେଳେ କିଏ ହେବେ ଦଳୀୟ ପ୍ରାର୍ଥୀନୀ ତାହା ସ୍ପଷ୍ଟ ହୋଇନାହିଁ I ଆସନ୍ତା କାଲିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ I ତେବେ ଦେଖିବାକୁ ବାକିରହିଲା କିଏ ହାତେଇବା ଦଳୀୟ ଟିକେଟ I ଅନ୍ୟପଟେ ଭୋଟର କାହାକୁ ପସନ୍ଦ କରୁଛନ୍ତି କାହାକୁ ଭୋଟ ଦେବେ ସମୟ କହିବ I ତେବେ ଏଥର ନିର୍ବାଚନରେ ବନ୍ୟା ହେବ ମୁଖ୍ୟ ପ୍ରସଙ୍ଗ I ତରଭା ସାଧାରଣ ଜନତାଙ୍କ ମନରେ ଗୋଟିଏ ପ୍ରଶ୍ନ I ବିଗତ ଦୁଇବର୍ଷ ତଳେ ହୋଇଥିଲା ଭୟାବହ ବନ୍ୟା I ଯାହା ଲୋକଙ୍କ ଛାତିରେ ଗାର ହୋଇ ରହିଗଲା I ଲୋକେ ଉଚିତ କ୍ଷତିପୁରାଣ ପାଇପାରିଲେ ନାହିଁ I ଦଳୀୟ ନେତା ମନ୍ତ୍ରୀ ସାଂସଦ କୁ ହଟହଟା କରିଥିଲେ ଜନତା I ତେବେ ଜନତାଙ୍କୁ କଣ ଉତ୍ତର ମିଳିବ ତାହା ଦେଖିବାକୁ ବାକି ରହିଲା I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version