Bargarh :ଗରିବ ଜନସାଧାରଣଙ୍କ ନିତ୍ୟା ଉପଯୋଗି ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦରଦାମ ବୃଦ୍ଧି ତଥା ଜିଏସ୍ଟି ଲାଗୁ ର ବିରୁଦ୍ଧରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ଅଖିଳ ଭାରତୀୟ କଂଗ୍ରେସ କମିଟି ର ଆହ୍ବାନ କ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । I କେନ୍ଦ୍ର ସରକାର ନିର୍ବାଚନ ସମୟରେ ପ୍ରତିସୁତି ଦେଇଥିବା ୨କୋଟି ଚାକିରି ଦେବି କହି ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ନଦେଇ ବେକାରୀ କରିଦେବା ଏବଂ ଅଗ୍ନିପଥ ଯୋଜନା ଅସ୍ଥାୟୀ ନିଯୁକ୍ତି କୁ ତୀବ୍ର ବିରୋଧ କରି ସ୍ଥାନୀୟ ଗନ୍ଧିଛକ ଠାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯିବା ସମୟରେ ଶାସକ ଦଳ ଜିଲ୍ଲା ପୋଲିସ ପ୍ରଶାସନ ଙ୍କୁ ବ୍ୟବହାର କରି କଂଗ୍ରେସ ନେତା କର୍ମୀ ମାନଙ୍କୁ ଗିରଫ କରି ବିରୋଧୀଙ୍କ ସ୍ୱର ଚାପିବାକୁ ଚେଷ୍ଟା କରୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସତ୍ୟଭୂଷଣ ସାହୁ, ଜିଲ୍ଲା ମଜଦୂର କଂଗ୍ରେସ ସଭାପତି ବ୍ରହ୍ମା ମହାକୁଡ଼, ଯୁବନେତା ନିପନ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ସୁଧିର ଜେନା,ଅଭିଷେକ ନାୟକ, ପପୁ କୁମ୍ଭାର, ଅଭିଳାଷ ପତି,ସୁଶିଲ ଭୋଇ, ହରଦିପ ସିଂ, ସରୋଜ ମହାପାତ୍ର, ପାଣ୍ଡବ କର୍ଣ୍ଣ ଏବଂ ସମସ୍ତ ବ୍ଲକ, ନଗର, ଏନଏସି,ଯୁବ, ଛାତ୍ର, ମହିଳା,ସେବଦଳ, ମଜଦୂର କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।