Home Education-and-employment ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ କଟାବାହାଲ ସରପଞ୍ଚ

ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ କଟାବାହାଲ ସରପଞ୍ଚ

0

କଟାବାହାଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ଏକ ନିଆରା ପ୍ରୟାସ । ସଦାବେଳେ ସମାଜ ସେବା କରି ଚର୍ଚ୍ଚା ରେ ରହି ଆସୁଥିବା ସରପଞ୍ଚ ଅର୍ପିତା ପଣ୍ଡା I ସରପଞ୍ଚ ହେଲା ଦିନ ଠାରୁ ଆଉ ଚୁପ୍ ହୋଇ ବସିନାହାନ୍ତି । ସବୁଦିନ କିଛି ନା କିଛି କରିବାର ଉଦ୍ୟମ କରିଥାନ୍ତି । ହଟାତ୍ ଆଜି ସକାଳୁ ନିଜ ର ସହଯୋଗୀ ୱାର୍ଡ ସଭ୍ୟା ରିତା ମଲ୍ଲିକ ଏବଂ ୱାର୍ଡ ସଭ୍ୟ ମୀନକେତନ ଭଏଁସାଲ ଙ୍କୁ ସାଥିରେ ନେଇ କୁଲିଆରି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚିଥିଲେ । ପ୍ରଥମେ ସ୍କୁଲ ରେ ଭଙ୍ଗା ଦଦରା ଅବସ୍ଥା ରେ ପଡ଼ି ରହିଥିବା କୋଠରୀ ମାନଙ୍କୁ ଦେଖିସାରିବା ପରେ ଶିକ୍ଷକ ମାନଙ୍କ ସହିତ କିଛି ସମୟ ସ୍କୁଲ ର ବିଭିନ୍ନ ସମସ୍ୟା ବିଷୟ ରେ ଆଲୋଚନା କରିଥିଲେ । ମଧ୍ୟାର୍ଣ୍ଣ ଭୋଜନ କି ଭଳି ଭାବରେ ଚାଲିଛି ତାହା ତଦାରଖ କରିଥିଲେ । ଶିକ୍ଷକ ମାନଙ୍କ ସହିତ ବିଦ୍ୟାଳୟ ଭିତ୍ତିଭୂମି ବିଷୟ ରେ ଆଲୋଚନା କଲାପରେ ଜାଣିବା କୁ ପାଇଥିଲେ ଯେ ଏଠାରେ ପ୍ରଥମ ରୁ ଅଷ୍ଟମ ଯାଏ ୯୧ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି । ଗୋଟାଏ ଶ୍ରେଣୀ କୋଠରୀ ରେ ଏକାଧିକ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ପାଠ ପଢୁଛନ୍ତି । ଯାହା ଫଳରେ ପାଠ ପଢାରେ ଅନେକ ବାଧା ସୃଷ୍ଟି ହେଉଛି । ଗୋଟାଏ ମାତ୍ର ଶୌଚାଳୟ ଥିବାରୁ ଉଭୟ ଛାତ୍ର ଛାତ୍ରୀ ବ୍ୟବହାର କରିବା ସମ୍ଭବ ହେଉନାହିଁ। ସ୍କୁଲ ରେ ଆଉ ୨ ଟି ଶ୍ରେଣୀ କୋଠରୀ ଏବଂ ଗୋଟାଏ ଶୌଚାଳୟ ନିହାତି ଆବଶ୍ୟକତା ରହିଛି । ସେହି ପରି ଦୀର୍ଘ ଦିନ ରୁ ତିଆରି ହୋଇଥିବା ପୁରୁଣା ରୋଷେଇ ଘର ରେ ପର୍ଯ୍ୟାପ୍ତ ଜାଗା ର ଅଭାବ ଯୋଗୁ ରୋଷେଇ କାର୍ଯ୍ୟ ରେ ବାଧା ହେଉଥିବା ର ଅଭିଯୋଗ କରିଥିଲେ ସ୍କୁଲ ରେ କାର୍ଯ୍ୟ ରତ ପାଚିକା ସହାୟିକା । ସ୍କୁଲ ରେ ପିଲାଙ୍କ ସହ କିଛି ସମୟ କାଟିଲା ପରେ ସେମାନଙ୍କୁ ପାଠ ପଢ଼ାଇଥିଲେ ସରପଞ୍ଚ । ଖୁବ୍ ଶୀଘ୍ର ବିଡ଼ିଓ ମହାଶୟଙ୍କ ସହ ଆଲୋଚନା କରି ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ର ସମସ୍ତ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିସୁତି ଦେଇଥିଲେ ସରପଞ୍ଚ ଅର୍ପିତା ପଣ୍ଡା ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version