Home Education-and-employment ଦିଲ୍ଲୀରେ ସମ୍ମାନିତ ହେଲେ ଶ୍ରୀ ହରି ପରିଚାଳନା ନିର୍ଦ୍ଦେଶ

ଦିଲ୍ଲୀରେ ସମ୍ମାନିତ ହେଲେ ଶ୍ରୀ ହରି ପରିଚାଳନା ନିର୍ଦ୍ଦେଶ

0

ବୁଧବାର ବିଶ୍ଵ ଗରିମା ଦିବସ ଅବସରରେ ଆମ୍ବେଦକର ଇଣ୍ଟର୍ ନେସନାଲ ସେଣ୍ଟର୍, ଭୁବନେଶ୍ୱର ତଥା ନାଗରିକ ମାନବ ଅଧିକାର କ୍ଲିନିକ୍ ଆନୁକୁଲ୍ୟରେ ନୂଆଦିଲ୍ଲୀ ସ୍ଥିତ constitution club of India ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ତରଭା ଶ୍ରୀ ହରି ବିଦ୍ୟାଳୟ ସମୂହର ପରିଚାଳନା ନିର୍ଦ୍ଦେଶକ ଡ଼ ରାଜେଶ କୁମାର ମେହେର ଙ୍କୁ ଶିକ୍ଷା କ୍ଷେତ୍ରରେ ଉକୃଷ୍ଟ ଅବଦାନ ପାଇଁ ଏଡୁକେସନ ଆଇକନ ସମ୍ମାନ ଦ୍ଵାରା ସମ୍ମାନିତ କରାଯାଇଛି। ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ତଥା ବର୍ତ୍ତମାନ ବିହାର ବିଧାନସଭା ସଦସ୍ୟ ପ୍ରଫେସର୍ ସଞ୍ଜୟ ପାସୱାନ ଓ ଡ଼ ବୁଦ୍ଧଦେବ ମିଶ୍ର ପୂର୍ବତନ ମୁଖ୍ୟ ଓୟୁଏଟି, ଓଡିଶା ଶ୍ରୀ ମେହେରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆମ୍ବେଦକର ଇଣ୍ଟର୍ ନେସନାଲ ସେଣ୍ଟର୍ ସଭାପତି ଅବସରପ୍ରାପ୍ତ ଆଇପିଏସ୍ ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସକାଳ ଅଧିବେଶନରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠାୱାଲେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରଫେସର୍ କିଶୋର କୁମାର ବାସା ଅଧ୍ୟକ୍ଷ ଜାତୀୟ ମୋନୁମେଟ୍ କର୍ତ୍ତୃପକ୍ଷ, ଡ଼. ଓ.ପି. ଯାଦବ ବରିଷ୍ଟ ସମ୍ପାଦକ ଦୂରଦର୍ଶନ, କର୍ନାଲ ଏମ.ଏସ. କ୍ଵସିକ, ଅଫିସର ଇନଚାର୍ଜ ଏନ୍ଫୋର୍ସମେଣ୍ଟ ଟାସ୍କ ଫୋର୍ସ ଆଗ୍ରା ପ୍ରମୁଖ ମଞ୍ଚାସିନ ରହିଥିଲେ।
ସନ୍ଧ୍ୟା ଅଧିବେଶନରେ ପୂର୍ବତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ତଥା ବର୍ତ୍ତମାନ ବିହାର ବିଧାନସଭା ସଦସ୍ୟ ପ୍ରଫେସର୍ ସଞ୍ଜୟ ପାସୱାନ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଡ଼ ବୁଦ୍ଧଦେବ ମିଶ୍ର ପୂର୍ବତନ ମୁଖ୍ୟ ଓୟୁଏଟି, ଓଡିଶା, ଜୟ ଭଗଵାନ ସମ୍ପାଦକ ଏସବିଆଇ ଅଲ ଇଣ୍ଡିଆ ଏସସି ଏସଟି କର୍ମଚାରି କଲ୍ୟାଣ ସଙ୍ଗଠନ, ଦିଲ୍ଲୀ ସର୍କିଲ ପ୍ରମୁଖ ଅତିଥି ରୂପେ ମଞ୍ଚାସିନ ରହିଥିଲେ। ଏହି ଅବସରରେ କାଳୀଚରଣ ସିଂ ଅଧ୍ୟକ୍ଷ ଆମ୍ବେଦକର ଇଣ୍ଟର୍ ନେସନାଲ ସେଣ୍ଟର୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସୁଲଗ୍ନା ସୁଚରିତା ରାଉଳ କାର୍ଯ୍ୟକ୍ରମ ପରିଚାଳନା ଓ ବିଶିଷ୍ଟ ଶିକ୍ଷାବିତ୍ ଡ଼ ସୁଶାନ୍ତ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ସମାଜସେବା, ଶିକ୍ଷା ତଥା ଉଦ୍ୟୋଗ କ୍ଷେତ୍ରରେ ଉତ୍କୃ୍ଟ ଅବଦାନ ପାଇଁ ଦେଶର ବିଭିନ୍ନ ରାଜ୍ୟର ୨୩ ଜଣଙ୍କୁ ପୁରସ୍କୃତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ୨୩ ଜଣ ମଧ୍ୟରେ ଓଡ଼ିଶାର ଡ଼ ରାଜେଶ କୁମାର ମେହେର, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହରି ବିଦ୍ୟାଳୟ ସମୂହଙ୍କୁ ଶିକ୍ଷା କ୍ଷେତ୍ରରେ ଉକୃଷ୍ଟ ଅବଦାନ ପାଇଁ ଏଡୁକେସନ ଆଇକନ ସମ୍ମାନ ଦ୍ଵାରା ଓ ଭୁବନେଶ୍ୱରର ବରିଷ୍ଟ ସମାଜ ସେବୀ ଶେଖ୍ ଅବଦୁଲ ୱାଲି ଙ୍କୁ ସମାଜସେବାରେ ଉତ୍କୃଷ୍ଟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକାଧିକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହା ମଧ୍ୟରେ ସାହିତ୍ୟ ଏକାଡେମି ପୁରସ୍କୃତ ଲେଖିକା ସସ୍ମିତା ରାଉଳଙ୍କ ଓଡ଼ିଆ ଉପନ୍ୟାସ “ସମଗ୍ର ଉପନ୍ୟାସ” ଓ “ଅକଳ୍ପିତ କାହାଣୀ” ଏବଂ ପ୍ରଫେସର୍ ନମିତା ପଟ୍ଟନାୟକଙ୍କ “କବିତା ଗୁଚ୍ଛ” ଉନ୍ମୋଚିତ କରାଯାଇଥିଲା। ବିଭିନ୍ନ ରାଜ୍ୟ ତଥା ଦିଲ୍ଲୀର ଶତାଧିକ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version