Home Education-and-employment ଶ୍ରୀ ହରି ବିଦ୍ୟାଳୟ ପରିସରରେ ଶ୍ରୀ ହରି ଟ୍ରଷ୍ଟ ଆନକୂଲ୍ୟରେ ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ହରି ବିଦ୍ୟାଳୟ ପରିସରରେ ଶ୍ରୀ ହରି ଟ୍ରଷ୍ଟ ଆନକୂଲ୍ୟରେ ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଆଜି ଗୁରୁ ଦିବସ ଅବସରରେ ତରଭା ବ୍ଲକ ଶ୍ରୀ ହରି ବିଦ୍ୟାଳୟ ପରିସରରେ ଶ୍ରୀ ହରି ଟ୍ରଷ୍ଟ ଆନକୂଲ୍ୟରେ ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ହରି ପରିଚାଳନା କମିଟି ସଭାପତି ଜୟପ୍ରକାଶ ନାରାୟଣ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ଫ୍ୟୁଜନ୍ – ୪୦ ର ଅଧ୍ୟକ୍ଷ ଡ଼ ସୁଶାନ୍ତ ଦାସ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର ଆମ୍ବେଦକର ଇଣ୍ଟର ନେସନାଲ ର ଅଧ୍ୟକ୍ଷ କାଳୀଚରଣ ସିଂ, ବିଶିଷ୍ଟ ଶିକ୍ଷାବିତ୍ ହରିବନ୍ଧୁ ପାଣିଗ୍ରାହୀ, AES ମହାବିଦ୍ୟାଳୟ ସଭାପତି ଶୈଳେନ୍ଦ୍ର କୁମାର ସାହୁ, ଶ୍ରୀ ହରି ପରିଚାଳନା ନିର୍ଦ୍ଦେଶକ ଡ଼ ରାଜେଶ କୁମାର ମେହେର ମଞ୍ଚାସିନ ରହିଥିଲେ। ମୁଖ୍ୟଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ମାନବ ସମାଜ ଗଠନରେ ଗୁରୁମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ତାଙ୍କ ବକ୍ତ୍ୟବ୍ୟ ରେ ଅନେକ କିଛି ବାର୍ତା ଦେଇଥିଲେ ଯାହାଫଳରେ ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ଭାବ ବିଭୋଳ କରିଥିଲା I ଅନ୍ୟତମ ଅତିଥିଗଣ ନିଜ ନିଜ ବକ୍ତ୍ୟବରେ ସର୍ବପଲ୍ଲୀ ଡ଼ ରାଧା କ୍ରିଷ୍ଣନ ଙ୍କ ସୃତି ଚାରଣ କରିଥିଲେ I ଆଜି ର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୧୧୨ ଜଣ ଶିକ୍ଷକ ତଥା ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ହରି ଅନୁଷ୍ଠାନ ର ଏହି ଅଭିନବ ପ୍ରୟାସ କୁ ଉପସ୍ଥିତ ଶିକ୍ଷକ ମାନେ ପ୍ରଶଂସା କରିଥିଲେ। ଶ୍ରୀ ହରି ପ୍ରିନ୍ସିପଲ୍ ଜିନା ରାଣୀ ମେହେର ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ତପଶ୍ୱନି ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version