Home Education-and-employment ବିଦ୍ୟାଳୟରେ ଶିକ୍ଷକ ଅଭାବ କୁ ନେଇ ଧାରଣାରେ ଛାତ୍ରଛାତ୍ରୀ

ବିଦ୍ୟାଳୟରେ ଶିକ୍ଷକ ଅଭାବ କୁ ନେଇ ଧାରଣାରେ ଛାତ୍ରଛାତ୍ରୀ

0

Subarnapur :5ଟି ରୁପାନ୍ତରିକରଣର ବିକଳ ଚିତ୍ର । 5ଟି ବିଦ୍ୟାଳୟରେ ଶିକ୍ଷକ ଅଭାବ ପ୍ରତିବାଦରେ ଫାଟକରେ ତାଲା ଦେଲେ ଗ୍ରାମବାସୀ । ଧାରଣାରେ ଛାତ୍ରଛାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେନ୍ଦୁପାଲି ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ବାଧା ପ୍ରାପ୍ତ ହୋଇଛି ପାଠପଢା । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ ୩ ଶହ ୮୫ ଜଣା ଛାତ୍ରଛାତ୍ରୀ ରହିଛନ୍ତି । ଏହି ବିଦ୍ୟାଳୟରେ ମୋଟ ୧୭ ଜଣ ଶିକ୍ଷକ ଆବଶ୍ୟକତା ପଡୁଥିବାବେଳେ ଅଛନ୍ତି ମାତ୍ର ସାତ ଜଣ । ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ଭାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । କେବଳ ସେତିକି ନୁହେଁ 5ଟି ରୁପାନ୍ତରଣ ପରେ ବିଦ୍ୟାଳୟର ଉନ୍ନତି ଆଶା କରିଥିଲେ ଗ୍ରାମବାସୀ । କିନ୍ତୁ ତାହା ହେଲା ନାହିଁ 5ଟି ନାମରେ କେବଳ ଠିକାଦାର ପୋଷା ଚାଲିଥିବା ଅଭିଯୋଗ ହୋଇଛି । ମୋଟ ଦଶଟି ଶ୍ରେଣୀ କଠୋରୀରୁ ୮ଟି ଶ୍ରେଣି କୋଠରି ହୋଇଯାଇଛି । ଫଳରେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା । ଦିର୍ଘ ୧୫ ବର୍ଷ ହେବ ବିଦଚୟାଳୟରେ ସ୍ଥାୟି ପ୍ତଧାନ ଶିକ୍ଷକ ନିଯୁକ୍ତ ହୋଇ ନାହାନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ୮୨ ବର୍ଷ ପୁରୁଣା ଏହି ବିଦ୍ୟାଳୟକୁ ତୁରନ୍ତ ଶିକ୍ଷକ ଦେଲେ ନାହିଁ । ଫଳରେ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ବାଧ୍ୟ ହୋଇ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version