Home Politics ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମରେ ମାତିଛନ୍ତି ଦଲାଲ ଠିକାଦାର

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମରେ ମାତିଛନ୍ତି ଦଲାଲ ଠିକାଦାର

0

Subarnapur : ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମରେ ନିମ୍ନ ମାନର କାର୍ଯ୍ୟକୁ ନେଇ ବ୍ଲକ ବିଡିଓଙ୍କୁ ଘେରିଲେ ସରପଞ୍ଚ ଏବଂ ସମର୍ଥକ I ସରଗଜ ଗ୍ରାମ ପଞ୍ଚାୟତର ନାକଟିକନା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଚୟନ କରାଯାଇଛି I ଉକ୍ତ ଗ୍ରାମରେ ହେଉଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନା ଗୁଡିକ ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ନର୍ମଦା ମିଶ୍ର I ସରଗଜ ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି I ଶାସକ ଦଳର ଅନେକ ବଡମୁଣ୍ଡିଆ ଠିକାଦାର ଙ୍କ ମାଧ୍ୟମରେ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରୁଥିବା ଫଳରେ ଉଚିତ ଭାବେ କାର୍ଯ୍ୟ ସମ୍ପାଦନ କରାନଯାଇ ନିମ୍ନ ମାନର କାମ କରାଯାଉଛି I ଯାହାକୁ ନେଇ ଗ୍ରାମବାସୀ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ଶ୍ରୀମତୀ ମିଶ୍ର I ବାରମ୍ବାର ଜେଇ ଙ୍କୁ ତାଗିଦ କଲା ସତ୍ୱେ ସେ ଅଣଦେଖା କରୁଥିବାରୁ ଆଜି ବାଧ୍ୟ ହୋଇ ତରଭା ବ୍ଲକ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରାଯାଇଛି I ଯଦି ଜେଇ ଙ୍କ ମନମୁଖି କାର୍ଯ୍ୟକଳାପ ବନ୍ଦ ନ ହୁଏ ଏବଂ ଶାସକ ଦଳର ଠିକାଦାର ଙ୍କ ପ୍ରବେଶ କରନ୍ତି ତେବେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସରପଞ୍ଚ ନର୍ମଦା ମିଶ୍ର I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version