Home Odisha ସ୍ବର୍ଗତ ଡ. ସଦାନନ୍ଦ ଅଗ୍ରୱାଲଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସ୍ବର୍ଗତ ଡ. ସଦାନନ୍ଦ ଅଗ୍ରୱାଲଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0

ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରି ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ଐତିହାସିକ , ଲିପିତତ୍ତ୍ୱବିଦ ତଥା ଗବେଷକ ସ୍ବର୍ଗତ ଡ. ସଦାନନ୍ଦ ଅଗ୍ରୱାଲଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ‘ସମ୍ବାଦ ଆମ ଓଡ଼ିଶା’, ସଦାନନ୍ଦ ଅଗ୍ରୱାଲ ସୃତି କମିଟି ଏବଂ ମହର୍ଷି ବୁଦ୍ଧରାମ ଡିଗ୍ରି ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଏବଂ କଲେଜ କମିଟି ସଭାପତି ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଡ଼ଃ ସଦାନନ୍ଦ ଅଗ୍ରୱାଲଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ , ମୁଖ୍ୟ ବକ୍ତା ଭାବରେ ଡ଼ ସୁଜିତ କୁମାର ପୃଷେଠ, ଯୁବ ରେଡ଼କ୍ରସ ବଲାଙ୍ଗୀର ଜିଲ୍ଲା ରେଡକ୍ରସ ସୋସାଇଟି ପୃଷ୍ଠପୋଷକ ବିଷ୍ନୁ ପ୍ରସାଦ କେଡ଼ିଆ, ବଲାଙ୍ଗୀର ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ମନୋଜ ଜୈନ, ମହର୍ଷି ବୁଦ୍ଧରାମ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଅରୁଣ କୁମାର ପାଢୀ , ପାଇକ ବାହଲ ସରପଞ୍ଚ ଗଣନାଥ ସାହୁ , ମେଣ୍ଡା ସରପଂଚ ଲିଜାରାଣୀ ଦଣ୍ଡ ସେନା ,ଅଧ୍ୟକ୍ଷ ସଚ୍ଚିଦାନନ୍ଦ ରଥ, ଅଧ୍ୟାପକ ମଧୁମଙ୍ଗଳ ଖମାରୀ, ବିକାଶ ସାହୁ, ଉମାକାନ୍ତ ନାଗ , ଅଧ୍ୟାପିକା ରୋଜି ମହାନା , ଧୀରେନ୍ଦ୍ର ଝାଂକର, ସଂଜୀବ ପଣ୍ଡା ଏବଂ କର୍ମକର୍ତ୍ତା ବୃନ୍ଦ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରିୟବ୍ରତ ମହାକୁର ସଂଯୋଜନା କରିଥିବା ବେଳେ ସିଦ୍ଧାର୍ଥ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅଧ୍ୟାପକ ବିକାଶ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ । ଅଥିତିମାନେ ସ୍ବର୍ଗତ ଡ଼ ସଦାନନ୍ଦ ଅଗ୍ରୱାଲଙ୍କ ସ୍ମୃତି ଚାରଣ ପୂର୍ବକ ତାଙ୍କର ସାହିତ୍ୟ ଇତିହାସରେ ଅବଦାନ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ହୋଇଥିବା ରକ୍ତଦାନ ଶିବିରରେ ସର୍ବମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସୋନପୁର ରକ୍ତ ଭଣ୍ଡାରର ଡ଼ ବୃନ୍ଦାବନ ମେହେର, ଟେକ୍ନିସିଆନ ଜଗତ ଦରୱାନ, ସୁବାଷ ଚନ୍ଦ୍ର ପଣ୍ଡା, ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version