ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ସେକ୍ଟର ରେ ବିଶ୍ୱସ୍ତନ୍ୟପାନ ସପ୍ତାହ ଶିଶୁ ମାତୃ ମଙ୍ଗଳ ସୁପରଭାଇଜର ମାଗୁଣୀ ପ୍ରଧାନ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଛି I ଏଥିରେ ବଜ୍ରକୋଟ ଓ ମାଲୁଦ ଦୁଇ ଟି ପଂଚାୟତ ର 31ଜଣ ଅଙ୍ଗନବାଡି କର୍ମୀ ସମେତ ସମସ୍ତ ଆଶାକର୍ମୀ ମାନେ ଯୋଗଦେଇ ଥିଲେ I ଏହି ସଚେତନ ଶୋଭାଯାତ୍ରାରେ ମାଲୁଦ ଅଙ୍ଗନବାଡି କେନ୍ଦ୍ର ରୁ ବାହାରି ମାଲୁଦ ସେକ୍ଟର ଅଞ୍ଚଳର ବିଭିନ୍ନ ସାହି ସମେତ ବଜାର ପରିକ୍ରମା କରି ପଞ୍ଚୁ୍ଦୋଳ ପଡିଆ ଠାରେ ପହଂଚି ଥିଲେ I ସେହିପରି ଗତକାଲି ବଜ୍ରକୋଟ ପଂଚାୟତ ରେ ଶିଶୁପାଇଁ ଦିନ ଟିଏ ଓ ବିଶ୍ଵସ୍ଥାନ୍ୟ ପାନ ସପ୍ତାହ ପାଳନ କରାଯାଇ ସଚେତନ ବାର୍ତା ଦିଆଯାଇ ଥିଲା I ଛୁଆ ଜନ୍ମ ହେବା ମାତ୍ରେ ନବଜାତ ଶିଶୁକୁ ଜନ୍ମରୁ 6 ମାସ ପର୍ଯ୍ୟନ୍ତ ମା କ୍ଷୀର ଦେବା ଦ୍ଵାରା ଛୁଆର ଦ୍ରୁତ ଗତିରେ ମସ୍ତିଷ୍କ ର ବିକାଶ ହେଉଥିବା,ତେଣୁ ମା କ୍ଷୀର ନିତ୍ୟାନ୍ତ ଅପରିହାର୍ଯ୍ୟ I ଏହି ସଚେତନତା ବାର୍ତ୍ତା ନେଇ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହାକୁ ବିଶ୍ଵାସ୍ତନ୍ୟ ସପ୍ତାହ ଭାବେ ପାଳନ କରାଯାଇଥାଏ I