Home Odisha 5ଟି ହାଇସ୍କୁଲ ପରିସରରେ ମିଶନ ଜିରୋ ଡ୍ରପ ଆଉଟ କାର୍ଯକ୍ରମ ଅନୁଷ୍ଠିତ

5ଟି ହାଇସ୍କୁଲ ପରିସରରେ ମିଶନ ଜିରୋ ଡ୍ରପ ଆଉଟ କାର୍ଯକ୍ରମ ଅନୁଷ୍ଠିତ

0

ପାଠପଢା ଛାଡି ଦେଇଥିବା ଛାତ୍ରଛାତ୍ରୀମାନେ ମୁଖ୍ୟ ସ୍ରୋତରେ ହେଲେ ସାମିଲ I ତରଭା ବ୍ଲକ ର 38 ଜଣ ଛାତ୍ରଛାତ୍ରୀ ପୁଣି ପାଠପଢ଼ାରେ ଯୋଗ ଦେଇଛନ୍ତି I ଆଜି ତରଭା ସହରରେ ଥିବା 5ଟି ହାଇସ୍କୁଲ ପରିସରରେ ମିଶନ ଜିରୋ ଡ୍ରପ ଆଉଟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲଖମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ବିରେସ ପ୍ରସାଦ ନଏକ ବିଆରସିସି ଭାରତ ମଲ୍ଲିକ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଜ କୁମାର ସେଠି ଅତିଥି ଭାବେ ମଞ୍ଚାସିନ ରହିଥିଲେ I ଏହି କାର୍ଯ୍ୟକ୍ରମରେ ତରଭା ଅଞ୍ଚଳର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ I ଏହି ମିଶନ ଜିରୋ ଡ୍ରପ ଆଉଟ କାର୍ଯକ୍ରମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ଛାତ୍ରଛାତ୍ରୀ କୌଣସି କାରଣ ବଶତଃ ଶିକ୍ଷାଲାଭ ରୁ ବଞ୍ଚିତ ରହିଥିଲେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା I ସେମାନେ ପୁଣି ପାଠପଢି ଆଗକୁ ଭଲ ମଣିଷ ଟିଏ ହୋଇ ନିଜ ଗୋଡ଼ରେ ଛିଡା ହୋଇ ପାରିବେ I ଏହାକୁ ନେଇ ଆଜି ତରଭା ବ୍ଲକ ଆଞ୍ଚଳର 38 ଜଣ ଛାତ୍ରଛାତ୍ରୀମାନଙ୍କୁ ପୁଣି ଶିକ୍ଷାଲାଭ ର ସୁଯୋଗ ମିଳିଛି I ଅନେକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ, ଆଇଆଇଟି ଦଶମ ଶ୍ରେଣୀ ଭଳି ବିଭାଗରେ ଯୋଗଦାନ କରିଥିବା ଜଣାଯାଇଛି I ଏହି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷା ଶିକ୍ଷୟତ୍ରୀଙ୍କ ପ୍ରମୁଖ ଭୂମିକା ରହିଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version