Home Health ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0

Subarnapur : ତରଭା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଦ୍ୱାଦଶି କୁଅଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ସଡଙ୍ଗି, ବିଡ଼ିଓ ବିନୟ କୁମାର ପଟେଲ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଏହି ଶିବିରରେ ବିଭିନ୍ନ ବର୍ଗରେ ମୋଟ ୬ ଶହ ୨୪ ଜଣ ହୀତାଧିକାରୀ ପଞ୍ଜିକରଣ କରିଥିବା ଜଣା ପଡିଛି । ସେଥି ମଧ୍ୟରୁ ୧୬୧ ଜଣଙ୍କୁ ଚଳନ ବାଧିତ, ୪୯ ଜଣ ଦୃଷ୍ଟି ବାଧିତ, ୬୮ ଜଣ ଶ୍ରବଣ ବାଧିତ, ୮ ଜଣ ମାନସିକ ଅନଗ୍ରସର, ୪୬ ଜଣ ସେରେବ୍ରାଲ ପାଲସି ଓ ୩୫ ଜଣଙ୍କୁ ଅନ୍ୟାନ୍ୟ ଭିନ୍ନକ୍ଷମ ଭାବରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚୟନ କରାଯାଇଥିବା ଜଣା ପଡିଛି । ଏଥି ସହ ୯ ଜଣଙ୍କୁ ଟ୍ରାଇ ସାଇକେଲ, ୧୦ ଜଣଙ୍କୁ ହୁଇଲ ଚେୟାର, ୧୦ ଜଣକୁ ଡିଆରଆଇ ରୁଣ ଓ ୪୧ ଜଣ ଭିନ୍ନ କ୍ଷମଙ୍କୁ ବସ ପାସ ଆଦିକୁ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବୁର୍ଲା ଭିମସାର ରୁ ଆସିଥିବା ଡ଼ ବରୋଦା ପ୍ରସନ୍ନ ସାମଲ, ବଲାଙ୍ଗୀର ମୁଖ୍ୟ ଚିକତ୍ସାଳୟର ଡ଼ ଚେତୁରାମ ମେହେର ଓ ଅବିନାଶ ନାଏକ, ଡ଼ିଏଚଏଚ ସୋନପୁର ର ଡି କେ ପୁରୋହିତ, ଏସ.କେ. କର,
ଓ ନରେନ୍ଦ୍ର ମେହେର ଆବେଦନକାରୀ ମାନଙ୍କ ପରୀକ୍ଷା କରିଥିଲେ I ତରଭା ବିିଡିଓ ବିନୟ କୁମାର ପଟେଲ ନୋଡାଲ ଅଫସର ଭାବେ ଦାୟିତ୍ୱ ତୁଲାଇଥିବାବେଳେ ସମସ୍ତ ସରପଂଚ ଓ ସମିତି ସଭ୍ୟ ଯୋଗ ଦେଇଥିବା ସୁଚନା ମିଳିଛି । କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ପରିଚାଳନା କରିଥିବା ଜଣା ପଡିଛି ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version