ଏଟିଏମ ଲୁଟ ଉଦ୍ୟମ ବିଫଳ ହେବାରୁ ଘଟଣା ସ୍ଥଳରୁ ଫେରାର ମାରିଲେ ଦୁର୍ବୃତ୍ତ I ତରଭା ବ୍ଲକ ଅନ୍ତର୍ଗତ ସରଗଜ ଗ୍ରାମ ମୁଖ୍ୟ ଛକ ନିକଟରେ ଥିବା ଏସବିଆଇ ଏଟିଏମ କୁ ଗତକାଲି ବିଳମ୍ବିତ ରାତ୍ରିରେ ଲୁଟେରାମାନେ ଲୁଟିବା ପାଇଁ ଚେଷ୍ଟା କରିଥିଲେ I ଗେସ କଟର ସାହାଯ୍ୟରେ ସଟର ରେ ଲାଗିଥିବା ତାଲା କାଟି ଏଟିଏମ ଭାଙ୍ଗିବାର ଚେଷ୍ଟା କରିଥିଲେ I କୌଶଳ କ୍ରମେ ଏଟିଏମ କାଉଣ୍ଟର ଆଗରେ ଜରିପାଲ ଢାଙ୍କି ଗେସ କଟର, ସାହାଯ୍ୟରେ ଲୁଟ ଉଦ୍ୟମ ଚଳାଇଥିଲେ I ତରଭା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଲୁଟେରାମାନେ ଭୟଭୀତ ହୋଇ ସେଠାରୁ ଫେରାର ମାରିଥିଲେ I ହେଲେ ଛାଡି ଯାଇଥିଲେ ଲୁଟ ଉଦ୍ୟମରେ ବ୍ୟବହୃତ ହୋଇଥିବା ସାମଗ୍ରୀ, ସିଲିଣ୍ଡର ଏବଂ ଗେସ କଟର I ରାତ୍ରିରେ ପୋଲିସ ଘଟଣାସ୍ଥଳରେ ଲୁଟେରାମାନଙ୍କୁ ଖୋଜାଖୋଜି କରିଥିଲା I ହେଲେ ଦୁର୍ବୃତ୍ତମାନେ ଅନ୍ଧାରର ଫାଇଦା ଉଠାଇ ଫେରାର ମାରିବାରେ ସଫଳ ହୋଇଥିଲେ I ଆଜି ସକାଳୁ ସୋନପୁର ରୁ ଡଗ ସ୍କ୍ୱାର୍ଡ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା I କୁକୁର ଗନ୍ଧ ସୁଂଘିଲା ପରେ ଘଟଣାସ୍ଥଳରୁ ବ୍ରାହ୍ମଣୀ ରାସ୍ତାରେ ପ୍ରାୟ ଚାରି କିଲୋମିଟର ଦୂର ପର୍ଯ୍ୟନ୍ତ ଯାଇଥିଲା I ହେଲେ ଲୁଟେରା ମାନଙ୍କ ଖୋଜ ଖବର ମିଳିନ ଥିଲା I ପୋଲିସ ସିସି ଟିଭି କୁ ଆଧାର କରି ଚୋର ମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି I ଏହି ଘଟଣାକୁ ନେଇ ତରଭା ଥାନା କେସ ନମ୍ବର 242/22 ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି I ଏ ସଂକ୍ରାନ୍ତରେ ତରଭା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ତଦନ୍ତ ଚାଲିଥିବା ଏବଂ ଲୁଟେରାମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ I