ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆଜି ତରଭା ଠାରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ତରଭା ତଥା ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ମହିଳାମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା I ପ୍ରଥମେ ଏହି ପଦଯାତ୍ରା ନୂଆପଡା ଛକ ଠାରୁ ବାହାରି ସହରର ରଥପଡ଼ା, ମାରୱାଡ଼ିପଡ଼ା ମୁଖ୍ୟ ରାସ୍ତା ଦେଇ ବ୍ଲକ ପର୍ଯ୍ୟନ୍ତ ପହଞ୍ଚିଥିଲା I ଏହି ଅବସରରେ ବ୍ଲକ ସଂମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା I ଏହି ସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ ମଧୁସୂଦନ ଓତା, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ,ଏନଏସି ଅଧ୍ୟକ୍ଷା ବନ୍ଦିତା ନାୟକ, ଉପନଗରପାଳ ଗଗନ ଅଗ୍ରୱାଲ, ପୂର୍ବତନ ନଗରପାଳ ଶୈଳେନ୍ଦ୍ର କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶତ୍ରୁଘନ ପୁଷ୍ଟି ପ୍ରମୁଖ ମଞ୍ଚାସିନ ରହିଥିଲେ I ମଞ୍ଚାସିନ ଦଳୀୟ ନେତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରେରିତ ବହୁ ଲୋକାଭିମୂଖୀ ଯୋଜନା ଗୁଡିକର ଗୁଣଗାନ କରିଥିଲେ I ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ଅଭିଭାଷଣରେ ମା ଉନ୍ନତି କଲେ ଗାଁ ଉନ୍ନତି ହେବ, ଗାଁ ଉନ୍ନତି କଲେ ଅଞ୍ଚଳର ଉନ୍ନତି ହେବ ଏବଂ ଅଞ୍ଚଳ ଉନ୍ନତି କଲେ ରାଜ୍ୟର ଉନ୍ନତି ହେବ ବୋଲି କହିଥିଲେ I ଆଜିର ଏହି ପଦଯାତ୍ରାରେ ହଜାର ହଜାର ମହିଳାମାନଙ୍କ ସମାଗମ ଦେଖି ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ I ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟନାୟକ ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାଲିଖମାର ର ସମିତି ସଭ୍ୟ ମୁଜଲେମିନ ମହମଦ ବିଜେଡି ଦଳରେ ଯୋଗଦାନ କରିଥିଲେ I ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳରେ ସାମିଲ କରିଥିଲେ I