Home Odisha ତରଭା ଏନଏସି ପକ୍ଷରୁ ଜବର ଦାଖଲ ଉଚ୍ଛେଦ

ତରଭା ଏନଏସି ପକ୍ଷରୁ ଜବର ଦାଖଲ ଉଚ୍ଛେଦ

0

ଉପଜିଲ୍ଲାପାଳ ଏବଂ ସବ ଡ଼ିଭିଜନାଲ ମାଜିଷ୍ଟ୍ରେଟ ସୁବର୍ଣ୍ଣପୁର ଙ୍କ ନିର୍ଦ୍ଧେଶ ପରେ ଆଜି ତରଭା ଏନଏସି ପକ୍ଷରୁ ଜବର ଦାଖଲ ଉଚ୍ଛେଦ କରାଯାଇଛି I ତରଭା ଦୁର୍ଗାମଣ୍ଡପ ଛକ ନିକଟରେ ଥିବା ପ୍ରାୟ ପାଞ୍ଚଗୋଟି ଷ୍ଟଲ ଉପରେ ବୁଲଡୋଜର ଚଳାଇଛି ଏନଏସି I ସରକାରୀ ରାସ୍ତା କୁ ଅବରୋଧ କରିଥିବା ଦୋକାନ ଗୃହ ମାନଙ୍କ ବହୁ ଅଂଶ କୁ ବିଭାଗ ପକ୍ଷରୁ ଭଙ୍ଗାଯାଇଛି I ଜବର ଦଖଲ ଉଚ୍ଛେଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଯିବ ସେନେଇ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା I ଏହାସହ ତରଭା ବାଇପାସ ରାସ୍ତା ପିଏଚଡି କାର୍ଯ୍ୟାଳୟ ପାର୍ଶ୍ୱରେ ହେବାକୁ ଥିବା ମିଶନ ଶକ୍ତି ଗୃହ ଏବଂ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ନିର୍ମାଣ କରାଯିବ ପାଇଁ ସରକାରୀ ଜମି କୁ ମଧ୍ୟ ଏନଏସି ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି I ସେଠାରେ ବୁଲଡୋଜର ଲଗାଇ ଜମିକୁ ସଫା ସୁତୁରା କରାଯାଇ ଏନଏସି ନିର୍ମାଣକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିଥିବା ଜଣାଯାଇଛି I ଏହି ଜବର ଦଖଲ ଉଚ୍ଛେଦ ସମୟରେ ଭାରପ୍ରାପ୍ତ ତହସିଲଦାର ସୂର୍ଯ୍ୟମଣି ଭୋଇ, ଭାରପ୍ରାପ୍ତ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ନାଏକ, ମୁକ୍ତା ସଂଯୋଜକ ହାକିମ ଖାନ, କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ନାୟକ, ଇମପ୍ଳିମେଣ୍ଟ ଏକ୍ସପର୍ଟ ବିଶ୍ୱରଞ୍ଜନ ମିଶ୍ର, ନାରାୟଣ ମେହେର ,ମୃତ୍ୟୁଞ୍ଜୟ ସାହୁ, ପୋଲିସ ଏସଆଇ ଅନିଲ ବେହେରା, ଏଏସଆଇ ନିରୁପମା ସ୍ୱାଇଁ, ପ୍ରମୁଖ ଉପସ୍ଥିତ ରହିଥିଲେ I ଅନ୍ୟ ପକ୍ଷରେ ଏନଏସି ତରଫରୁ ଆକ୍ରୋଶ ମୂଳକ ଭାବରେ ହାତ ଗଣତି କିଛି ଦୋକାନୀ ମାନଙ୍କ ଷ୍ଟଲ ଭଞ୍ଜରୁଜା କରିଥିବା ପ୍ରକାଶ କରିଛନ୍ତି ଭଙ୍ଗାଯାଇଥିବା ଦୋକାନ ଗୃହର ମାଲିକମାନେ I ସେମାନଙ୍କ କହିବା ଅନୁସାରେ ତରଭା ଏନଏସିରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ବହୁ ସ୍ଥାନ ମାନଙ୍କରେ ସରକାରୀ ଜମି ଜବର ଦଖଲ ହୋଇଅଛି, ତେଣୁ ଯଦି ଏନଏସି ଜବର ଦଖଲ ଉଚ୍ଛେଦ କରୁଛି ତେବେ ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରି ଜବର ଦଖଲ ଉଚ୍ଛେଦ କରାଯାଉ ନଚେତ ଏହାର ଦୃଢ ପ୍ରତିବାଦ କରାଯିବ ବୋଲି ପ୍ରକାଶ କରିଛନ୍ତି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version