ପରଲୋକରେ ମାନସ ମର୍ମଜ୍ଞ ପଙ୍କଜ କୁମାର ସାହୁ I ସୋମବାର ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ଠାରୁ ଜଣାପଡିଛି I ଦିନ ପ୍ରାୟ 11 ଘଣ୍ଟା ସମୟରେ ତାଙ୍କୁ ଶ୍ୱାସ ଜନିତ ଯନ୍ତ୍ରଣା ହେବାରୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା I ଡାକ୍ତର ପରୀକ୍ଷା କରି ବ୍ଲଡ଼ ପ୍ରେସର କମିଯାଇଥିବା ଏବଂ ସୁଗର ଲେବେଲ ହାଇ ହୋଇଥିବା ପ୍ରକାଶ କରଥିଲେ I ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଅକ୍ସିଜେନ ଦିଆଯାଇଥିଲା I ହେଲେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା I ପ୍ରାୟ ଦିନ ଏକ ଘଣ୍ଟା 45 ମିନିଟ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ତାଙ୍କ ଦେହାନ୍ତ ସମୟରେ ନିକଟରେ ତାଙ୍କର ଦୁଇ ପୁତ୍ର ଓ ଜ୍ୱାଇଁ ଉପସ୍ଥିତ ରହିଥିଲେ I ଏହି ଘଟଣା ପରେ ପରିବାର ତଥା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I ସେ ଥିଲେ ଏକାଧାରରେ ଜଣେ ପ୍ରବଚକ,ଉଚ୍ଚ କୋଟୀରର କବି ଲେଖକ, ଅବସର ପ୍ରାପ୍ତ ଜଣେ ଦକ୍ଷ ଶିକ୍ଷକ ତଥା ସଂସ୍କୃତ ଉପରେ ତାଙ୍କ ଗଭୀର ଜ୍ଞାନ ରହିଥିଲା I ତାଙ୍କ ଉଚ୍ଚ କୋଟିର ପ୍ରବଚନ ପରିବେଷଣକୁ ନେଇ ମାନସ ମର୍ମଜ୍ଞ, ମାନସ ହଂସ ଆଦି ଉପାଧିରେ ସମ୍ମାନିତ କରାଯାଇଥିଲା I ତରଭାରେ ଥିବା ସ୍ମଶାନରେ ତାଙ୍କର ଶେଷାକୃତ ସମ୍ପନ କରାଯାଇଛି I ତାଙ୍କର ଜେଷ୍ଠ ପୁତ୍ର ଗୌରୀ ଶଙ୍କର ସାହୁ ମୁଖାଗ୍ନି ଦେଇଥିଲେ I ଏହି ସମୟରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ I ଆଜି ତାଙ୍କ ପରଲୋକରେ ଅଞ୍ଚଳବାସୀ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ I