Home Odisha ବନ୍ଦ ପଡିଛି ସୌଚାଳୟ, ଅସୁବିଧା ଭୋଗ କରୁଛନ୍ତି ସାଧାରଣ ଲୋକେ

ବନ୍ଦ ପଡିଛି ସୌଚାଳୟ, ଅସୁବିଧା ଭୋଗ କରୁଛନ୍ତି ସାଧାରଣ ଲୋକେ

0

ବନ୍ଦ ପଡିଛି ସୌଚାଳୟ, ଅସୁବିଧା ଭୋଗ କରୁଛନ୍ତି ସାଧାରଣ ଲୋକେ I ତରଭା ଏନଏସି ଅଧିନସ୍ଥ ହାଟପଦା ନିକଟରେ ଥିବା ଆହାର କେନ୍ଦ୍ର ଆଗରେ ରହିଛି ଏକ ସର୍ବସାଧାରଣ ସୌଚାଳୟ I ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପ୍ରାୟ ନଅ ଲକ୍ଷ ସତାନାବେ ହଜାର ଚାରିଶହ ବ୍ୟୟ ଅଟକଳରେ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲା I ଗତ ୨୧.୧୧.୨୦୧୮ ବର୍ଷ ମାନ୍ୟବର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଙ୍କ କରକମଳରେ ଏହି ଶୌଚାଳୟ ର ଶୁଭ ଉଦଘାଟନ କରାଯାଇଥିଲା I ହେଲେ ମାତ୍ର କିଛିମାସ ପରେ ଏହି ଶୌଚାଳୟ ଅଚଳ ଅବସ୍ଥାରେ ପଡିରହିଛି I ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି I ଶୌଚାଳୟ ପାଖରେ ସାପ୍ତାହିକ ତଥା ଦୈନନ୍ଦିନ ବଜାର ବସୁଥିବା ବେଳେ ଆହାର କେନ୍ଦ୍ର ମଧ୍ୟ ରହିଛି I ଉଭୟ ବଜାର ଏବଂ ଆହାର କେନ୍ଦ୍ର ରହିଥିବା ଫଳରେ ଜନଗହଳି ସବୁବେଳେ ଲାଗି ରହୁଛି I ଏମିତିରେ ଶୌଚାଳୟ ବନ୍ଦ ରହିଥିବା ଦୁର୍ଭାଗ୍ୟ ଜନକ I ତେବେ ଲୋକେ ବାଧ୍ୟ ହୋଇ ବାହାରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି I ଦୁଃଖ ର ବିଷୟ ଯେ ଯେଉଁ ସୂଚନା ଫଳକ ଟି ଉଦଘାଟନ ସମୟରେ ଲଗାଇଥିଲା ଫାଙ୍କା ଦେଖି ତା ଉପରେ ଅନେକ ଲୋକେ ପରିଶ୍ରା କରୁଥିବା ଦେଖାଦେଇଛି I ଏମିତିରେ ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ରହିଛି I ଏ ବିଷୟରେ ତରଭା ଏନଏସି ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସୌଚାଳୟର ଅନେକ ଜିନିଷ ବାରମ୍ବାର ଚୋରି ହେଉଥିବାରୁ ତାହା ବନ୍ଦ ରହିଛି ବୋଲି କହିଥିଲେ I କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏବିଡ଼ିଓ ଶ୍ରୀ ନିରଞ୍ଜନ ନାଏକ ଙ୍କୁ ଯୋଗାଯୋଗ କରିବାରୁ ଅତିଶୀଘ୍ର ଏହା କାର୍ଯ୍ୟକ୍ଷମ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version