Home Sports ହକିରଥକୁ ତରଭା ସହରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ହକିରଥକୁ ତରଭା ସହରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

0

ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ କୁ ନେଇ ଏବେ ସାରା ଓଡିଶା ଉତ୍ସବ ମୁଖର I ସାରା ଓଡିଶା ରେ ହକି ରଥ ପରିକ୍ରମା କରୁଥିବା ବେଳେ ସବୁବର୍ଗର ଲୋକେ ଉତ୍ସାହର ସହିତ ସ୍ୱାଗତ ଜଣାଉଛନ୍ତି I ସେହିପରି ତରଭା ସହରରେ ବ୍ଲକ ଏବଂ ଏନଏସି ଉଭୟ ମିଶି ହକିରଥକୁ ଧୁମଧାମରେ ସ୍ୱାଗତ ଜଣାଇଛନ୍ତି I ଏହି କାର୍ଯ୍ୟକ୍ରମରେ ବ୍ଲକ ଶମ୍ବୁଖରେ ଏକ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା I ଏଥିରେ ଓଡିଶା ସରକାରରେ ଥିବା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ,ଓଡିଶା ମଦ ନିଗମ ପରିଚାଳନା ନିର୍ଦେଶକ ପ୍ରସନ୍ନ ଷଡ଼ଙ୍ଗୀ, ପିଡି ସୁବର୍ଣ୍ଣପୁର ନିହାର ରଞ୍ଜନ କଁହର,ବ୍ଲକ ଅଧ୍ୟକ ସରୋଜ କମ୍ପ,ବିଡ଼ିଓ ବିନୟ କୁମାର ପଟେଲ, ଏନଏସି ଅଧ୍ୟକ୍ଷା ବନ୍ଦିତା ନାୟକ ଅତିଥିଭାବେ ମଞ୍ଚାସିନ ରହିଥିଲେ I ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାରଙ୍କ ପ୍ରୟାସ ଏବଂ ହକି ରଥକୁ ସାଧାରଣଲୋକେ ବିପୁଳ ସଂଖ୍ୟାରେ ସ୍ୱାଗତ କରୁଥିବାରୁ ଅତିଥିମାନେ ଖୁସି ବ୍ୟକ୍ତ କରିଥିଲେ I ସଭାକାର୍ଯ୍ୟ ପରେ ଅତିଥିମାନେ ନାରିକେଳ ଧୂପଦୀପ ଦେଇ ହକିରଥକୁ ସ୍ୱାଗତ ଜଣାଇଥିଲେ I ମଞ୍ଚରେ ରୂପଶ୍ରୀ କଲାପରିଷଦ ସିଂହାରୀ, ଓଡିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ପରେ ତରଭା ଏନଏସି ଶମ୍ବୁଖରେ ହକିରଥକୁ ସ୍ୱାଗତ କରାଯାଇଥିଲା I ଏନଏସି ଶମ୍ବୁଖରେ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଖୁବ ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଯାହାକୁ ଦେଖି ଜନସଧାରଣ ଆନନ୍ଦ ଅନୁଭବ କରିଥିଲେ I ଏହାପରେ ଏକ ରେଲି ବାହାରି ସହରର ମୁଖ୍ୟ ରାସ୍ତାଦେଇ ନୂଆପଡା ପର୍ଯ୍ୟନ୍ତ ପହଞ୍ଚିଥିଲା I ଦୁଲଦୁଲି ବାଦ୍ୟ, ସଂକୀର୍ତନ, ନାଚଗୀତରେ କମ୍ପିଉଠୁଥିଲା ତରଭା ସହର I ରେଲି ହାଇସ୍କୁଲ ପର୍ଯ୍ୟନ୍ତ ପହଂଚିବା ପରେ ବିଦ୍ୟାଳୟର ଛାତ୍ରମାନେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ I ରାସ୍ତାରେ ହକି ଖେଳି ଖେଳି ଯାଉଥିବା ଦୃଶ୍ୟ ରେଲିର ଶୋଭାକୁ ଆହୁରି ବଢ଼ାଇ ଦେଇଥିଲା I ସ୍ଥାନୀୟ ଲୋକେ ସହର ପରିକ୍ରମା ବେଳେ ପୁଷ୍ପ ବର୍ଷା କରିଥିବା ଦେଖିବାକୁ ମିଳିଥିଲା I ତରଭା ନୂଆପଡା ପର୍ଯ୍ୟନ୍ତ ରେଲି ପହଂଚିବା ପରେ ଶ୍ରୀହରି ବିଦ୍ୟନିକେତନ ପକ୍ଷରୁ ହକିରଥକୁ ସ୍ୱାଗତ କରାଯାଇଥିଲା I ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରିଥିବା ବେଳେ ଶିକ୍ଷୟିତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ I ଏହାପରେ ହକିରଥକୁ ବିଦାୟ ଦିଆଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ବିଦ୍ୟାଳୟ, କଲେଜ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ସରକାରୀ ବେସରକାରୀ ଅନୁଷ୍ଠାନ,ବିଭିନ୍ନ କ୍ଲବ ସଂଗଠନ ସମସ୍ତେ ମିଶି ହକିରଥକୁ ଭବ୍ୟ ସ୍ୱାଗତ କରିଥିଲେ I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version