ଲକ୍ଷ୍ମୀମୁଣ୍ଡା ଗ୍ରାମର ପ୍ରାୟ 15 ରୁ ଉର୍ଦ୍ଧ ଭୂମିହୀନଙ୍କୁ 40 ଡ଼ିସମିଲ ଲେଖାଏଁ ମିଳିଥିଲା ଘରଡ଼ିହ ହେଲେ ଦଶ ବର୍ଷ ପରେ ମଧ୍ୟ ଜାଗା ଚିହ୍ନଟ କରି ସେମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ I ଏ ନେଇ ଗତ 27 ତାରିଖ ଦିନ ପଟ୍ଟାଧାରୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ I ଆସନ୍ତା ସାତ ଦିନରେ ଯଦି ଏହାର ସମାଧାନ କରା ନ ଗଲେ ତହସିଲ ଆଗରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ I ତେବେ ଏ ନେଇ ସୋମବାର ସମାଜସେବୀ ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ଆଗରେ ମହାତ୍ମାଗାନ୍ଧୀ ଙ୍କ ଫଟୋ ରଖି ଶାନ୍ତିପୂର୍ଣ ଭାବେ ଧାରଣା ଦିଆଯାଇଥିଲା I ଦାବି ପୁରାଣ ନ ହେବାରୁ ଆଜି ପୁଣି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା I ତେବେ ପଟ୍ଟାଧାରୀଙ୍କୁ ଘରଡ଼ିହ ଚିହ୍ନଟ କରି ଆସନ୍ତା ଆଠ ତାରିଖ ଦିନ ହସ୍ତାନ୍ତର କରିବା ନେଇ ତରଭା ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଲିଖିତ ପାଇବା ପରେ ଆଜି ସମସ୍ତେ ଧାରଣାରୁ ଓହରିଥିଲେ I ଆଜିକୁ ଦଶବର୍ଷ ହେବ ପଟ୍ଟାଧାରୀ ବାର ଦୁଆର ଗୁହାରି କରି ବୁଲୁଥିବା ବେଳେ ଆଜି ଦାବି ପୂରଣ ହେବାରୁ ବେଶ ଖୁସି ଅନୁଭବ କରିଥିଲେ I ଏହି ଆନ୍ଦୋଳନରେ ସେମାନଙ୍କ ସହ ନିସ୍ଵାର୍ଥ ଭାବେ ସହଯୋଗ କରିଥିବାରୁ ଯୁବ ନେତା ମିତ୍ରବ୍ରତ ମିଶ୍ର, ଭୋଲା କୁମାର ବର୍ମା, ସୁକାନ୍ତ ମିଶ୍ର, ସୁବ୍ରତ ମିଶ୍ର ଏବଂ ବିକାଶ ମିଶ୍ରଙ୍କୁ ଅଶେଷ ଅଶେଷ ଦେଇଥିଲେ I