Home Health ଭୃଣ ନିରୂପଣ ଉପରେ ସଜାଗ ରହିବାକୁ ଜିଲ୍ଲାପାଳ କଲେ ତାଗିଦ

ଭୃଣ ନିରୂପଣ ଉପରେ ସଜାଗ ରହିବାକୁ ଜିଲ୍ଲାପାଳ କଲେ ତାଗିଦ

0

ମଙ୍ଗଳବାର ଅପରାହ୍ନରେ ତରଭା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ବୈଠକ ପ୍ରକୋଷ୍ଠ ରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନିଲ ନରୱଣେ ଙ୍କ ସଭାପତିତ୍ବ ରେ କନ୍ୟା ଭୃଣ ହତ୍ୟା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କର୍ମଶାଳା ରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ତରଭା ଅନ୍ତର୍ଗତ ସମସ୍ତ ଆଶା କର୍ମୀ, ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ କର୍ମଚାରୀ ତଥା ସୁପରଭାଇଜର ଉପସ୍ଥିତ ଥିଲେ। ଏହି କର୍ମଶାଳା ରେ ସିଡିଏମଓ ଏଣ୍ଡ ପିଏଚଓ, ଡ଼. ବିଶ୍ବରଂଜନ ପତି, ଏଡିପିଏଚଓ (ପରିବାର କଲ୍ୟାଣ) ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ, ଡିପିଏମ ବିଶ୍ବମ୍ବର ବେହେରା, ଡିଏସଡବ୍ଲୁଓ ରେଣୁବାଳା ଦାସ, ଡିସି ବାଲ୍ୟ ବିବାହ ପ୍ରମୁଖ ଉପସ୍ଥିତ ରହି କର୍ମୀ ମାନଙ୍କୁ କନ୍ୟା ଭୃଣ ହତ୍ୟା ସମ୍ପର୍କ ରେ ସଚେତନ କରାଇଥିଲେ। ଲୋକେ ପୁତ୍ର ସନ୍ତାନ ଜନ୍ମକୁ ନେଇ ନାନା ପ୍ରକାର ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହେଉଥିବା, ଲୁଚିଛପି ଭୃଣ ହତ୍ୟା ଭଳି ଅପରାଧ ଘଟାଉଥିବା ନେଇ କିଛି ଆଶାକର୍ମୀ ସନ୍ଧେହ କରି ଏ ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଜିଲ୍ଲାପାଳ ଆଶା କର୍ମୀ ମାନଙ୍କୁ କନ୍ୟା ଭୃଣ ନିରୂପଣ ତଥ୍ୟ ଗୁଡ଼ିକ ତୁରନ୍ତ ଜଣାଇବାକୁ ତାଗିଦ୍ କରିବା ସହ ଏଥି ପ୍ରତି ବିଶେଷ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ସଭା ଶେଷ ରେ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡ଼ା, କ୍ଷିରୋଦ୍ର କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version