Home Health ତରଭା ଡାକ୍ତରଖାନା ପକ୍ଷରୁ ଜାତୀୟ କୃମିନାଶକ ଦିବସର ଉଦଘାଟନ

ତରଭା ଡାକ୍ତରଖାନା ପକ୍ଷରୁ ଜାତୀୟ କୃମିନାଶକ ଦିବସର ଉଦଘାଟନ

0

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସର ଉଦଘାଟନୀ ସମାରୋହ ତଥା ସ୍ଵତନ୍ତ୍ର ଟୀକାକରଣ ଅଭିଯାନର ଶୁଭାରମ୍ଭ ଶୁକ୍ରବାର ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ତରଭା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରି ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଡିଏମଆରସିଏଚ ସୁଧାଂଶୁ ଶେଖର ନାୟକ, ଆଶା କୋଡ଼ିନେଟର ତରଣିସେନ୍ ପ୍ରଧାନ, ଡି.ଏ.ଏମ ପ୍ରଦୀପ କୁମାର ପଣ୍ଡା, ତରଭା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡ଼ା କ୍ଷିରୋଦ୍ର କୁମାର ମିଶ୍ର, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଜ୍ କୁମାର ସେଠୀ, ବିପିଏମ୍ ଅଶୋକ କୁମାର ମିଶ୍ର, ପିଏଚଇଓ ଅମିତା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରି ତାପସ ରଂଜନ ପଣ୍ଡା, ବିଶ୍ବରଂଜନ ମହନ୍ତ, ସଂଗୀତା ମେହେର, ସୁରଚିତା ବୋହିଦାର ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶୁକ୍ରବାର ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ରେ ତରଭା ବ୍ଲକର ବିଭିନ୍ନ ଗ୍ରାମମାନଙ୍କରେ ତଥା ତରଭା ଏନଏସି ରେ ପୂର୍ବରୁ ବିଭିନ୍ନ ଟୀକା ରୁ ବଞ୍ଚିତ ଥିବା ଜନ୍ମ ରୁ ୫ ବର୍ଷର ଶିଶୁ ମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା। ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ମାଧ୍ୟମରେ ବ୍ଲକର ସମସ୍ତ ଶିଶୁଙ୍କୁ ସମ୍ପୂର୍ଣ ଟୀକାକରଣ କରାଯିବାର ଲକ୍ଷ ରଖାଯାଇଛି। ସେହିପରି ଜାତୀୟ କୁର୍ମି ନାଶକ ଦିବସରେ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଗୁଡ଼ିକରେ ଛାତ୍ର ଛାତ୍ରୀ ମାନଙ୍କୁ କୁର୍ମି ନାଶକ ବାଟିକା ସେବନ କରାଯାଇଥିଲା।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version