Home Odisha ଦୁର୍ଘଟଣା ଜନିତ ଶୁନ୍ୟମୃତ୍ୟୁ ସପ୍ତାହ ପାଳନ ସଚେତନତା କାର୍ଯ୍ୟକ୍ରମ

ଦୁର୍ଘଟଣା ଜନିତ ଶୁନ୍ୟମୃତ୍ୟୁ ସପ୍ତାହ ପାଳନ ସଚେତନତା କାର୍ଯ୍ୟକ୍ରମ

0

ଦୁର୍ଘଟଣା ଜନିତ ଶୁନ୍ୟମୃତ୍ୟୁ ସପ୍ତାହ ପାଳନ ଅବସରରେ ତରଭା ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ତରଭା ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ୫ ଟି ବାଳକ ହାଇସ୍କୁଲ ସ୍ମାର୍ଟ କ୍ଲାସ ପରିସରରେ ଆୟୋଜିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁରଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ସମ୍ବନ୍ଧେ ଛାତ୍ର ମାନଙ୍କୁ ବୁଝାଇଥିଲେ। ଟ୍ରାଫିକ ନିୟମ ଯେପରିକି ଦ୍ରୁତ ଗାଡି ଚାଳନାକୁ ରୋକିବା, ମଦ୍ୟପ ଗାଡି ଚାଳକଙ୍କୁ ଧରିବା, ଓଭର ଲୋଡିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ, ନାବାଳକଏବଂ ନାବାଳିକା ଗାଡି ଚଳାଉଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ହେଲମେଟ ଯାଞ୍ଚ, ବେଆଇନ ପାର୍କିଂକୁ ଓ ଭୁଲ ପାର୍ଶ୍ଵରେ ଗାଡି ଚାଳନା, ଟ୍ରାଫିକ ସିଗନାଲ ନିୟମ ମାନିବା ଆଦି କୁ ନେଇ ସଚେତନତା ସୃଷ୍ଟି କରାଯାଇଛି। ସହକାରୀ ଶିକ୍ଷୟତ୍ରୀ ଚିନ୍ମୟୀ କୁମାରୀ ମିଶ୍ର ସଡକରେ ଯିବା ଆସିବା ସମୟରେ କିଭଳି ସୁରକ୍ଷିତ ରହିବା ସେ ସମ୍ବନ୍ଧେ ଛାତ୍ର ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଏସଆଇ ଯଯାତି କେଶରୀ ସାହୁ, ଆରତୀ କହଁର, ଏଏସଆଇ ପ୍ରଦୀପ କୁମାର ବାଘ,ହାବିଲଦାର ବୃନ୍ଦାବନ ପଞ୍ଚବିହାରଙ୍କ ପ୍ରମୁଖ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶେଷରେ ଭିଡିଓ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତା ଦିଆଯାଇଥିଲା ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version