Home Odisha ଯାନବାହାନ ଯାଞ୍ଚ ସମୟରେ ୩୪ ହଜାର ଟଙ୍କା ଜରିମାନା ହେଲା ଆଦାୟ

ଯାନବାହାନ ଯାଞ୍ଚ ସମୟରେ ୩୪ ହଜାର ଟଙ୍କା ଜରିମାନା ହେଲା ଆଦାୟ

0

ତରଭା : ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପକ୍ଷରୁ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ତରଭା ଠାରେ ମଧ୍ୟ ବିଭିନ୍ନ ସ୍ଥାନରେ ଚେକିଂ ଜାରି ରହିଛି I ବୁଧବାର ତରଭା ପୋଲିସ ଓ ଟ୍ରାଫିକ ସବ ଇନ୍ସପେକ୍ଟର ଙ୍କ ଉପସ୍ଥିତିରେ ସହରର ବିଭିନ୍ନ ସ୍ଥାନମାନଙ୍କରେ ହେଲମେଟ ଚେକିଂ, ମଦ୍ୟପ ଗାଡି ଚାଲାକ ଙ୍କୁ ଧରିବା, ଭୁଲ ପାର୍ଶ୍ୱରେ ଗାଡି ଚାଳନା , ବେଆଇନ ଭାବେ ପାର୍କିଂ କରିଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ବିନାହେଲମେଟ ରେ ଗାଡି ଚଳାଉଥିବା ନେଇ ୧୮ ଜଣ , ବେଆଇନ ଭାବେ ପାର୍କିଂ କରିଥିବା ୨୨ ଗୋଟି ଗାଡି, ବାଇକରେ ୩ ଜଣ ବସିଥିବା ଗୋଟିଏ ଘଟଣା, ଓ ମୋବାଇଲ ବ୍ୟବହାର କରି ଗାଡି ଚାଳନା କରୁଥିବା ନେଇ ଜଣଙ୍କ ଠାରୁ ଜରିୱାନା ଆଦାୟ କରାଯାଇଛି I ଏହି ଚେକିଂ ବେଳେ ମୋଟ ୪୨ ଜଣଙ୍କ ଠାରୁ ୩୪ ହଜାର ଟଙ୍କା ଜରିମାନା ଅସୁଳି କରାଯାଇଛି l ଏଥିରେ ଟ୍ରାଫିକ ଏସଆଇ ପୂଜା ଭେଙ୍ଗରା, ପୁଲିସ ଏସଆଇ ଅନିଲ ବେହେରା, ପି ଏସ ଆଇ ଏସ ସି ମହାନ୍ତି, ଏସ ଆର ବାରଳ ଓ ହାବିଲଦାର ବୃନ୍ଦାବନ ପଞ୍ଚବିହାର ପ୍ରମୁଖ ସାମିଲ ଥିଲେ l

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version