ବରଗଡ ଜିଲ୍ଲା ବରପାଲି ବ୍ଲକ ଖେମେସରା ଯାତ୍ରାଟିକ୍ରା ଉଚ୍ଚ ବିଦ୍ୟାଳୟ ଠାରେ ରୌପ୍ୟ ଜୟନ୍ତୀ ମହୋସବ ଅନୁଷ୍ଠିତ ଉଦଯାପିତ ହୋଇଯାଇଛି। ଉଦଯାପନି ସନ୍ଧ୍ୟାରେ ହୋଇଥିବା ସଭାରେ ଅଧ୍ୟାପକ କ୍ଷମାନିଧି ଅଦାବଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭଟଲି ବିଧାୟକ ସୁଶାନ୍ତ ସିଂ,ସମ୍ମାନିତ ଅତିଥି ଭାବେ ଆଗଲପୁର ପେକ୍ସ ସଭାପତି ବିରୋସନ ସାହୁ,ପର୍ଶୁରାମ ମୁଣ୍ଡା,ପ୍ରଧାନ ଶିକ୍ଷକ ଉଜଳ ପଧାନ ମୁଖ୍ୟବକ୍ତା ଭାବରେ ପ୍ରଫେସର ଡ଼ ସୁଜିତ କୁମାର ପୁସେଠ ଯୋଗ ଦେଇଥିଲେ I ସ୍କୁଲ କମିଟି ସଭ୍ୟ ବୃନ୍ଦ,ଗ୍ରାମବାସୀ,ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନେ ମୁଖ୍ୟଅତିଥି ସୁଶାନ୍ତ ସିଂ ଙ୍କୁ ବଜା ଗଜା ବଜାଇ ଗ୍ରାମ ଆରମ୍ଭରୁ ହଜାର ହଜାର ଲୋକ ସ୍ୱାଗତ କରିନେଇଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମାଁ ବାଗଦେବୀଙ୍କ ତୈଳଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଆଜିର ସାମାଜିକ ସମାଜରେ ଜଣେ ଛାତ୍ର ହଉ କିମ୍ବା ଜଣେ ଛାତ୍ରୀ ଭଲ ମଣିଷ ଟିଏ ହୋଇ ନିଜର ପରିଚୟ ସୃଷ୍ଟି କରିବା ସାଙ୍ଗକୁ ଖେଳ କୁଦରେ ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବା ଦରକାର ଏବଂ ଓଡିଶା ସରକାର ସବୁ ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ କାର୍ୟ୍ଯକ୍ରମ ଓ ସହଯୋଗର ହାତ ବଢ଼ାଇ ଆସିଛନ୍ତି ତାହା ଛାତ୍ରଛାତ୍ରୀ ମାନେ ବ୍ୟବହାର କରିବାର ଦରକାର ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଓ ଅଭିଭାବିକା ମାନେ ମଧ୍ୟ ଏଥିରେ ସହଯୋଗ କରିବା ଦରକାର ଦରକାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଭା ଶେଷରେ ଝଙ୍କାର ସେନ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।