Home Odisha ଯୁବତୀଙ୍କ ସହ ଅନୈତିକ,ଅସଦାଚରଣ ଅଭିଯୋଗ, ଦୁଇ କୋର୍ଟ ଚାଲାଣ

ଯୁବତୀଙ୍କ ସହ ଅନୈତିକ,ଅସଦାଚରଣ ଅଭିଯୋଗ, ଦୁଇ କୋର୍ଟ ଚାଲାଣ

0

ସୁବର୍ଣ୍ଣପୁର ସହରର ଗୋକରନେଶ୍ୱର ପଡାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ ରବିବାର ରାତ୍ରିରେ ସହରର ଗୋକରନେଶ୍ୱର ପଡା ରାସ୍ତାରୁ ନିଶାସକ୍ତ ଯୁବତୀକୁ ପୋଲିସ ଉଦ୍ଧାର କରି ପିସିଆର ଭେନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ନିଶା ଫାଙ୍କିବା ପରେ ଯୁବତୀଙ୍କ ବୟାନକୁ ଆଧାରରେ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ସହରର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ଦୁଇ ଜଣ ସହରର ସ୍ବେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଶଶିକାନ୍ତ ସେଠି ବୋଲି ପୋଲିସ ସୂଚନା ଦେଇଛି। ତେବେ ଯୁବତୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଅଞ୍ଚଳର ଓ ସେ ବିରମହରାଜପୁର ସ୍ୱଧାର ଗୃହରେ ଆଶ୍ରୟ ନେଇଥିବା ବେଳେ ବିଭିନ୍ନ ସମୟରେ ସେଠାରୁ ବାହାରି ଆସୁଥିବା ଜଣାପଡ଼ିଛି। ଯୁବତୀ ଜଣକ ସମ୍ବଲପୁର ଯାଉଥିବା ବେଳେ ବାଟରୁ ଫେରେଇ ଆଣି ନିଶାଶକ୍ତ କରି ଏକ ଘରେ ଅନୈତିକ, ଅସଦାଚରଣ (ଦୁଷ୍କର୍ମ) କରିଥିବା ଅଭିଯୋଗ ହୋଇଛି । ଅତ୍ୟଧିକ ନିଶା ହୋଇ ଯିବାରୁ ଯୁବତୀ ଜଣକ ଘରୁ ପଦାକୁ ବାହାରି ଆସି ହଙ୍ଗାମା କରିଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବତୀକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ଦୁଇ ଯୁବକ ତା ସହିତ ଅସଦାଚରଣ କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଜଣାଯାଇଛି । ପୋଲିସ ପ୍ରିଭେନସନ ଅଫ ଇମୋରାଲ ଟ୍ରାଫିକିଂ ଆକ୍ଟ ଓ ଭାରତୀୟ ପିଙ୍ଗଳ ଆଇନ 370(2) ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version