Nayagarh : ବ୍ୟୁରୋ : ଟାଟା ପାୱାର କର୍ମଚାରୀଙ୍କ ଉପରେ ଅଣ୍ଡା ମାଡ଼ I ଟାଟା ପାଓ୍ବାରର ବିଦ୍ୟୁତ ଯୋଗାଣରେ ଅନିୟମିତାକୁ ଜୋରଦାର ବିରୋଧ । ବିରୋଧ କଲା ନୟାଗଡ଼ ଜିଲ୍ଲାକଂଗ୍ରେସ। ପ୍ରତିବାଦରେ ଦଳ ପକ୍ଷରୁ ବିଦ୍ୟୁତ କାଯ୍ୟାଳୟ ଘେରଉ କରିବା ସହିତ ଅଣ୍ଡା ଏବଂ ଟମାଟୋ ମାଡ।କରାଯାଇଥିଲା I ଏପରି କିଛି ଦ୍ରୁସ୍ୟ ଦେଖିବାକୁ ମିଳିଛି ନୟାଗଡ ବିଦ୍ୟୁତ କାଯ୍ୟାଳୟ ଆଗରେ। ରାଜ୍ୟ କଂଗ୍ରେସର ନିଷ୍ପତି କ୍ରମେ ନୟାଗଡରେ ବିଦ୍ୟୁତ କାଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଜିଲ୍ଲାସଭାପତି ରଣଜିତ ଦାସଙ୍କ ନେତ୍ରୁତ୍ବରେ ଶତାଧିକ କଂଗ୍ରେସ କର୍ମି ଏହି ଧାରଣାରେ ସାମିଲ ରହିଥିଲେ। କାଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟସ୍ଥରୀୟ ନେତା ଯୋଗଦେଇଥିବା ବେଳେ ଅଘୋଶିତ ବିଦ୍ୟୁତ କାଟ,ଲୋଭୋଲଟେଜ, ବିଦ୍ୟୁତ ଶୁଳ୍କ ସମସ୍ୟା କୁ ନେଇ ପ୍ରତିବାଦ କରାଯାଇଥିଲା। ଧାରଣା ବେଳେ ଉତ୍ତେଜିତ କଂଗ୍ରେସ କର୍ମୀଙ୍କ ପକ୍ଷରୁ କାଯ୍ୟାଳୟ ଭିତରକୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିଲା। ଫଳରେ ଟାଟା ପାଓ୍ବାରର କିଛି କର୍ମଚାରୀଙ୍କ ଉପରେ ଅଣ୍ଡା ମାଡ଼ ବାଜିଥିଲା । ତେବେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଚିଂ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାଓ୍ବାର ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ବିଦ୍ୟୁତ ସମସ୍ୟାର ସମାଧାନ ନହେଲେ ପରିଣାମ ଭୟାବହ ହେବବୋଲି କଂଗ୍ରେସ ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା I